www.samajalive.in
Sunday, December 7, 2025
18.1 C
Bhubaneswar

ସିଏଏ: ପଶ୍ଚିମବଙ୍ଗ ମନ୍ତ୍ରୀଙ୍କୁ ଭିଜା ଦେଲାନି ବାଂଲାଦେଶ

କଲକାତା: ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ସିଦ୍ଦୀକୁଲ୍ଲା ଚୌଧୁରୀଙ୍କୁ ଭିଜା ଦେବାକୁ ଅନିଚ୍ଛା ପ୍ରକାଶ କରିଛି ବାଂଲାଦେଶ। ଏଥିପାଇଁ ସିଦ୍ଦୀକୁଲ୍ଲା ଭାରତ ସରକାରଙ୍କ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଦାୟୀ କରିଛନ୍ତି। ସିଦ୍ଦୀକୁଲ୍ଲା କହିଛନ୍ତି, ଯେ, ସେ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ୬ ଦିନିଆ ବାଂଲାଦେଶ ଗସ୍ତ କରିବାର ଥିଲା। ଏଥିପାଇଁ ସେ ଗତ ୨୩ ତାରିଖରେ ଭିଜା ଲାଗି ଆବେଦନ କରିଥିଲେ। ବିଦେଶ ମନ୍ତ୍ରଣାଳୟ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ତାଙ୍କୁ ଅନୁମତି ମଧ୍ୟ ମିଳିଥିଲା। କିନ୍ତୁ ଶେରେ ବାଂଲାଦେଶ ସରକାର ଭିଜା ଦେଲେନାହିଁ।

ସିଦ୍ଦୀକୁଲ୍ଲା ହେଉଛନ୍ତି ଜମୀୟତ-ଏ-ଉଲେମା ହିନ୍ଦର ପଶ୍ଚିମବଙ୍ଗ ଅଧ୍ୟକ୍ଷ। ସେ କହିଛନ୍ତି, ବାଂଲାଦେଶର ଜଣେ ବରିଷ୍ଠ ଡେପୁଟି ହାଇକମିଶନ ଅଧିକାରୀ ଭିଜା ରଦ୍ଦ କରିବା କଥାକୁ ସ୍ବୀକାର କଲେନାହିଁ କି ମନା ବି କଲେ ନାହିଁ। ସେ କେବଳ ଏତିକି କିହଲେ ଯେ, ଢାକାରୁ ଜରୁରୀ କ୍ଲିୟରାନ୍ସ ଏ ପର୍ଯ୍ୟନ୍ତ କଲକାତାସ୍ଥିତ ଆମ କାର୍ଯ୍ୟାଳୟକୁ ମିଳିନାହିଁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବାଂଲାଦେଶ ସରକାର ସିଏଏକୁ ନେଇ ଏଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ସିଦ୍ଦୀକୁଲ୍ଲା କହିଛନ୍ତି। ସୂଚନାଯୋଗ୍ୟ, ତୃଣମୂଳ ସ୍ତରରେ ନାଗରିକତା ଆଇନ ବିରୋଧରେ ସ୍ବର ଉତ୍ତୋଳନକାରୀଙ୍କ ମଧ୍ୟରେ ସିଦ୍ଦୀକୁଲ୍ଲା ହେଉଛନ୍ତି ଅନ୍ୟତମ ବ୍ୟକ୍ତି। ବାଂଲାଦେଶ ସିଏଏ ପ୍ରସଙ୍ଗରେ ନିରପେକ୍ଷତା ଅବଲମ୍ବନ କରିବାକୁ ଚାହୁଁଛି। ଏଥିପାଇଁ ବାଂଲା ସରକାର ମନ୍ତ୍ରୀଙ୍କୁ ଭିଜା ଦେଇନାହିଁ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories