www.samajalive.in
Wednesday, December 10, 2025
18.1 C
Bhubaneswar

ବାଜା ମାଲିକ ସଂଘ ପକ୍ଷରୁ ତସିଲଦାରଙ୍କୁ ଦାବି ପତ୍ର

ମୁରିବାହାଲ : ମୁରିବାହାଲ ବ୍ଲକ ବାଜା ମାଲିକ ସଂଘ ପକ୍ଷରୁ ଗୁରୁବାର ଦିନ ମୁରିବାହାଲ ତହସିଲଦାର ସୋନାଲି ପାତ୍ରଙ୍କ ଜରିଆରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଛି।

କୋଭିଡ ନିୟମ ମାନି ସଂଘର ସମସ୍ତ ମାଲିକ ନିଜ ନିଜ ବ୍ୟବସାୟକୁ ବନ୍ଦ ରଖିଲେ। ଏହା ଦ୍ୱାରା ସେମାନେ ଗଲା ୯ ମାସ ହେଲା ଆର୍ଥିକ ସମସ୍ୟାର ଭୋଗୁଛନ୍ତି। ମାନସିକ ଦୁଶ୍ଚିନ୍ତାରେ ଥିବା ମାଲିକମାନେ ଓ କର୍ମଚାରୀଙ୍କ ପରିବାର ଘୋର ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛନ୍ତି। ଅଧିକାଂଶ ମାଲିକ ବାଜା ଓ ସାଉଣ୍ଡର ଯନ୍ତ୍ରପାତି ପାଇଁ କରିଥିବା ବ୍ୟାଙ୍କ ଋଣ ସହିତ ଗାଡିର କିସ୍ତି ଟଙ୍କା କିପରି ପରିଶୋଧ କରିବେ ବୋଲି ପ୍ରଶ୍ନ କରିଛନ୍ତି। କାମରେ ନିୟୋଜିତ କର୍ମଚାରୀଙ୍କ ପରିବାର ପୋଷଣ କରୁଥିବା ବେଳେ ବର୍ତମାନ ବ୍ୟବସାୟ ବନ୍ଦ ଥିବାରୁ ଏମାନେ ଜୀବିକା ହରାଇଛନ୍ତି। ସେମାନଙ୍କ ଅବସ୍ଥା ଦୟନୀୟ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଧୀରେ ଧୀରେ ସବୁ ସ୍ୱାଭାବିକ ହେବାକୁ ଲାଗିଲାଣି। ହେଲେ ବାଜା ମାଲିକ ସଂଘକୁ ଅନୁମତି ମିଳି ନାହିଁ। ବାଜା ଓ ସାଉଣ୍ଡକୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ମିଳି ନାହିଁ। ତେଣୁ ମୁରିବାହାଲ ବ୍ଲକ ବାଜା ମାଲିକ ସଂଘର ସଭାପତି ସାରଥୀ କୁମ୍ଭାର, ଉପ ସଭାପତି ରାମ ମହାନନ୍ଦ, ସମ୍ପାଦକ ନରସିଂହ ବାଗ, ଉପ ସମ୍ପାଦକ ଡମ୍ବରୁ ତାଣ୍ଡି, କୋଷାଧ୍ୟକ୍ଷ କୌରବ ବାଗ, ଉପଦେଷ୍ଟା ହୃଷିକେଶ ଶିକା, ସାଧୁ କୁମ୍ଭାର, ମଙ୍ଗରାଜ ମାଝି, ଶଶିକାନ୍ତ ମହାନନ୍ଦ, ଚକ୍ରଧର ନାଗ, ରାଜାରାମ ତାଣ୍ଡି, ରମେଶ ନାଗ, ବିନୋଦ କୁମ୍ଭାର, ମିଥୁନ ହରପାଲ, ତରଙ୍ଗ ନାଗ, ସୁନୀଲ ତାଣ୍ଡି, ଲୋକ ମାଝି, ସୋମନଥ ଲୁହା ତଥା ସଂଘର ସମସ୍ତ କର୍ମକତାଙ୍କ ଉପସ୍ଥିତିରେ ଦାବି ପତ୍ର ଦିଆଯାଇଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories