www.samajalive.in
Wednesday, December 10, 2025
26.1 C
Bhubaneswar

ବନାନୀ କଳା ସଙ୍ଗମର ନୂତନ କର୍ମକର୍ତ୍ତା

ଫୁଲବାଣୀ : ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଂସ୍କୃତି ଅନୁଷ୍ଠାନର ସାଧାରଣ ବୈଠକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ରବିନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଂଯୋଜକ ସୁନୀଲ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଡଃ. ଅରୂପ ଜେନା ସଂଗଠନର ଆୟ ଏବଂ ବ୍ୟୟ ସହ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସମସ୍ତ ଆୟ ବ୍ୟୟ ସର୍ବସମ୍ମତ କ୍ରମେ ଗୃହିତ ହୋଇଥିଲା। ଏହା ପରେ ସର୍ବସମ୍ମତ କ୍ରମେ ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ସଭାପତି ଭାବେ ଡଃ. ଅରୂପ ଜେନା, ଉପସଭାପତି ଭାବେ ନାଟ୍ୟକାର ତଥା ନିର୍ଦ୍ଦେଶକ ପ୍ରଭାତ ଦାସ, ସାଧାରଣ ସମ୍ପାଦକ ଭାବେ ସୁନୀଲ ପଟନାୟକ, ସହସମ୍ପାଦକ କ୍ଷିତିଶ ମଲିକ, କୋଷାଧକ୍ଷ ଭାବେ ବିଜୟ ମହାନ୍ତି ଓ ସଂଗଠନ ସମ୍ପାଦକ ଅଶୋକ ପରିଡା ପ୍ରମୁଖ ମନୋନୀତ ହୋଇଛନ୍ତି। ଏଥିସହ କାର୍ଯ୍ୟକାରୀ ସଦସ୍ୟ ଭାବେ ପୂର୍ବତନ ସଭାପତି ରବିନ୍ଦ୍ର ନାଥ ମିଶ୍ର, ଅଶୋକ କୁମାର ବେହେରା, ବିରଜା ପ୍ରସାଦ ନାୟକ, ଭି. ଭି ରାମଦାସ, ବନ ବିହାରୀ ନନ୍ଦ, ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ, ଜୟ ସେନ ପରିଡା, ପ୍ରସନ୍ନ ପଣ୍ଡା, ନବୀନ କିଶୋର ପଣ୍ଡା ପ୍ରମୁଖଙ୍କ ସମେତ ୯ ଜଣ ବରିଷ୍ଠ କଳାକାର ଓ କଳାପ୍ରେମୀ ପ୍ରମୁଖ ମନୋନୀତ ହୋଇଛନ୍ତି। ସେହିପରି ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟା ଭାବେ ନିବେଦିତା ଖାଡ଼ଙ୍ଗା, ସୁଶ୍ରୀ ମମତା କହ୍ନର,  ସମେତ ପାଞ୍ଚ ଜଣ ମନୋନୀତ ହୋଇଛନ୍ତି । ଜିଲାର କଳା ଓ ସଂସ୍କୃତିର ବିକାଶ ସାଙ୍ଗକୁ କଳାକାର ମାନଙ୍କ ସ୍ଵାର୍ଥରକ୍ଷା ପାଇଁ ସଂଗଠନ କାର୍ଯ୍ୟ କରିବ ବୋଲି ସାଧାରଣ ସମ୍ପାଦକ ସୁନୀଲ ପଟ୍ଟନାୟକ କହିଛନ୍ତି। ଆସନ୍ତା ନଭେମ୍ବର୍ ମାସରେ ଅନୁଷ୍ଠାନ ପକ୍ଷ୍ୟରୁ ଏକ ସାମାଜିକ ନାଟକ ପରିବେଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ବରିଷ୍ଠ କଳାକାର ବଂଶୀଧର ମହାପାତ୍ର, ରବିନ୍ଦ୍ର ନାଥ ମିଶ୍ର, ବନ ବିହାରୀ ନନ୍ଦଙ୍କ ସମେତ ସମସ୍ତ ନୂତନ କର୍ମକର୍ତ୍ତା ମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ସଂଗଠନ ସମ୍ପାଦକ ଅଶୋକ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories