www.samajalive.in
Sunday, December 7, 2025
16.1 C
Bhubaneswar

ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରି ଜକୈକଳା ଗ୍ରାମକୁ ସଟଡାଉନ ଘୋଷଣା କଲେ ସରପଂଚ

ବଣାଇ : ସୁନ୍ଦରଗଡ ଜିଲା ବଣାଇଗଡ ବ୍ଲକ ଅନ୍ତର୍ଗତ ଜକୈକଳା ଗ୍ରାମକୁ ଜକୈକଳା ସରପଂଚ ସୁରଭି କିସାନ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରି ସଟଡାଉନ ଘୋଷଣା କରିଥିବା ବୁୁଧବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ,ଜକୈକଳା ରାଜସ୍ୱ ଗ୍ରାମର ଜନୈକ ବ୍ୟକ୍ତିଙ୍କ କରୋନା ପଜିଟିଭ ବାହାରିବାରୁ ଏବଂ ତାଙ୍କ ସଂସ୍ପର୍ଶରେ ଆସି ତାଙ୍କ ପରିବାରର ସମ୍ପର୍କୀୟ ଗ୍ରାମକୁ ଆସି ବୁଲାବୁଲି କରିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଜକୈକଳା ଗ୍ରାମର ପୂର୍ବରେ ବ୍ରାହ୍ମଣୀ ନଦୀ,ପଶ୍ଚିମରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ,ଉତରରେ ଭାଟି ସାହି ଓ ପଶ୍ଚିମରେ ରଙ୍ଗାମାଟିଆ ସାହି ପର୍ଯ୍ୟନ୍ତ ଆସନ୍ତା ୪୮ ଘଂଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ସେହିପରି କରୋନାକୁ ମୁକାବିଲା କରିବା ପାଇଁ ବଣାଇ ଉପଜିଲାପାଳ ପ୍ରଦିପ ଡାଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ବଣାଇଗଡ ସାପ୍ତାହିକ ହାଟରେ କେବଳ ପନିପରିବା ବିକ୍ରୟ କରାଯିବ,ଯାହାକି ସ୍ଥାନୀୟ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ହୋଇଥିବ।ଏଥିରେ ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ ବିକ୍ରୟ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବଣାଇଗଡ ସରପଂଚ ବସନ୍ତ କୁମାର କିସାନ ଜିଲାପାଳ କ୍ଷମତା ପ୍ରଯୋଗ କରି ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଏତଦ୍ ବ୍ୟତୀତ ଅନ୍ୟ କୌଣସି ଦୋକାନ ହାଟ ତଥା ରାସ୍ତା କଡରେ ବସାଇବା ନିମନ୍ତେ ଅନୁମତି ଦିଆଯିବ ନାହିଁ।ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସରପଂଚ ଶ୍ରୀ ନାଏକ ପ୍ରକାଶ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories