www.samajalive.in
Thursday, December 11, 2025
26.1 C
Bhubaneswar

ବାଲିଗୁଡାର ପରୁଭଟା ଜଙ୍ଗଲରେ ମାଓବାଦୀ ଉଡାଇଲେ ଠିକା କ୍ୟାମ୍ପ : ହାଇୱା ଓ ପାଣି ଟ୍ୟାଙ୍କର ସହ ୬ଟି ଗାଡି ପୋଡିଲେ ମାଓବାଦୀ

ବାଲିଗୁଡା : ବାଲିଗୁଡା ଅଞ୍ଚଳରେ ମାଓବାଦୀ ମାନେ ଉଡ଼ାଇଲେ ଠିକା କ୍ୟାମ୍ପ । ସୂଚନାରୁ ପ୍ରକାଶ ଯେ ବାଲିଗୁଡା ପୂର୍ତ୍ତି ବିଭାଗ ଦ୍ୱାରା ଚାଲିଥିବା ରାସ୍ତା କାମକୁ ବିରୋଧ କରି ଠିକା କ୍ୟାମ୍ପକୁ ଉଡ଼ାଇଛନ୍ତି ମାଓବାଦୀ। ବାଲିଗୁଡା ଥାନା ଅଂଚଳ ରେ ଥିବା ବାଲିଗୁଡା ଲଣ୍ଡାଗାଁ ରାସ୍ତାରେ ଥିବା କଂଜାଲଗୁ ଓ ପରୁଭଟା ଜଙ୍ଗଲରେ ଚାଲିଥିବା ୮କିମି ରାସ୍ତା କାମ କୁ ବିରୋଧ କରାଯାଉଛି ଏବଂ ଗାଡି ପୋଡାଯାଇଥିବା ସ୍ଥାନ ରେ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଏଥି ସହିତ ସଫେଲ ଏନକାଉଣ୍ଟରରେ ସାମିଲ ଥିବା ସୂଚନା ଦାତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ପୋଷ୍ଟରରେ ଲଲ୍ଲେଖ କରାଯାଇଛି।  କେକେବିଏନ ମାଓ ସଂଗଠନ ଏହି କାଣ୍ଡ ଘଟାଇ ମାଓ ପୋଷ୍ଟର ଓ ବ୍ୟାନର ଜାରି କରିଛି । ଗତକାଲି ଳ. ନୂଆଗାଁ ଓ ବାଲିଗୁଡା ରେ ପୋଷ୍ଟର ଓ ବ୍ୟାନର ଜାରି କରିଥିଲେ ମାଓ ସଂଗଠନ ଓ ଆଜି ମାଓ ଙ୍କ ଦ୍ୱରା ଠିକା କ୍ୟାମ୍ପ ରେ ଗାଡି ଓ ଅନ୍ୟ ସାମଗ୍ରୀ ପୋଡ଼ାଜଳାକୁ ନେଇ ଅଂଚଳର ଜନସାଧାରଣଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories