www.samajalive.in
Saturday, December 6, 2025
26.1 C
Bhubaneswar

ପଂଚାୟତିରାଜ ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର : ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଦିନିକିଆ ବାଲେଶ୍ୱର ଗସ୍ତରେ ଆସି ଜିଲ୍ଲାର କୋଭିଡ୍‍-୧୯ ପରିଚାଳନା ସାଙ୍ଗକୁ ସରକାରୀ ଯୋଜନା କାର୍ଯ୍ୟକାରିତା ନେଇ ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସ ପରିସରରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଅନ୍ୟମାନେ ଏଥିରେ ଉପସ୍ଥିତ ରହି ସହର ସମେତ ଜିଲ୍ଲାର ବିକାଶରେ କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ସାମ୍ପ୍ରତିକ  ମହାମାରୀ ସମୟରେ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସବୁ ମହଲରୁ ସହଯୋଗ ପାଇଁ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ଗୁରୁତ୍ୱାରୋପ କରିଥିଲେ। ଦିନକୁ ଦିନ ବଢ଼଼ି ଚାଲିଥିବା କରୋନା ସଂକ୍ରମଣ ରୋକିବା ଓ ଅତ୍ୟନ୍ତ ସଂକଟପନ୍ନ ରୋଗୀଙ୍କ ଚିକିତ୍ସା ପାଇଁ ବାଲେଶ୍ୱରରେ ପ୍ଲାଜମା ସଂଗ୍ରହ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ଓ ପ୍ଲାଜମା ଥେରାପି ଚିକିତ୍ସା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସେହିପରି ବାଲେଶ୍ୱର ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରିତ ଥିଲେ ହେଁ ଆଗକୁ ଏହାର ସୁପରିଚାଳନା କରିବା ଏବଂ ଜନସାଧାରଣଙ୍କୁ ମାସ୍କ ,  ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା ପାଇଁ ବ୍ୟାପକ ସଚେତନ କରିବାକୁ ସେ କହିଥିଲେ। ଜିଲ୍ଲାରେ ସ୍ୱଚ୍ଛତା ରକ୍ଷା ସାଙ୍ଗକୁ ଗ୍ରାମାଂଚଳରେ ପ୍ରତ୍ୟେକ ଘରେ ପାନୀୟ ଜଳ ଯୋଗାଣ ନିମନ୍ତେ ମେଗା ୱାଟର ସପ୍ଲାଇ ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ଓ ବାଲେଶ୍ୱର ସହରରେ ୨୦,୭୭୭ ପରିବାରକୁ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବାଲେଶ୍ୱର ସହରରେ ଅମୃତ ଯୋଜନାରେ କାର୍ଯ୍ୟକାରୀ ୧୦ ଗୋଟି ପ୍ରକଳ୍ପରୁ ୭ ଗୋଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ୩ ଟି ଖୁବଶୀଘ୍ର ଶେଷ କରିବାକୁ ସେ କହିଥିଲେ। ତେବେ ସହରରେ ପାଇପ୍‍ ବିଛାଇବା କାର୍ଯ୍ୟରେ ନଷ୍ଟ ହୋଇଥିବା ରାସ୍ତାକୁ ତୁରନ୍ତ ମରାମତି ପାଇଁ ସେ ପୂର୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାଲେଶ୍ୱର ପୌରାଂଚଳରେ ପ୍ରତ୍ୟେକ କୋଟିଏ ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶ୍ମଶାନ ଓ ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏଥି ସହିତ ବାଲେଶ୍ୱର ସହରର ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ କହିଥିଲେ।

- Advertisement -

ସହରର ବିଭିନ୍ନ ଅଂଚଳରେ ୫ ଗୋଟି ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଂଟ ଓ ୫ ଗୋଟି ମେଟେରିଆଲ ରିକୋଭରିଂ ପ୍ଲାଂଟ ସ୍ଥାପନ ପ୍ରକ୍ରିୟା ଜାରି ରହିଛି। ସେହିପରି ନୂଆବଜାର ମାର୍କେଟର ସମ୍ପୂର୍ଣ୍ଣ ନବୀକରଣ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତି ଏବଂ ଏମଜିନରେଗା ଯୋଜନାରେ ବିଭିନ୍ନ ସ୍କୁଲରେ ପାର୍କ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି। ଏହା ବ୍ୟତୀତ ବାଲେଶ୍ୱର ସହରର ୪ ଗୋଟି ମୁଖ୍ୟ ରାସ୍ତା ଯଥା ଆଇ.ଟି.ଆଇ. ଛକରୁ ତାମୁଳିଆ, ବିଦ୍ୟୁତ୍‍ ମାର୍ଗରୁ ଶୋଭାରାମପୁର ରେଲୱେ ଗେଟ୍‍, ସହଦେବଖୁଣା୍ଟ ଓଭରବ୍ରିଜ୍‍ରୁ ସହଦେବଖୁଣା୍ଟ  ଦୁର୍ଗାମଣ୍ଡପ ଏବଂ ସହଦେବଖୁଣା୍ଟ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟଠାରୁ ସୂରଜ ହୋଟେଲ ପର୍ଯ୍ୟନ୍ତ ରାସ୍ତାରେ ନୂତନ ଭାବେ ଷ୍ଟ୍ରିଟ୍‍ ଲାଇଟ୍‍ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories