nua o banner

୫ଟି ସ୍ମାର୍ଟ କ୍ଲାସ ରୁମରେ ତାଲା ପକାଇଲେ ଠିକାଦାର

BSKY banner  750×100

ବାଲେଶ୍ବର: ବାଲେଶ୍ଵର ସହର ନିକଟସ୍ଥ ଦହପଡ଼ା ଚିନ୍ତାମଣି ହାଇ ସ୍କୁଲରେ ତାଲା ପକାଇଦେଇଛନ୍ତି ଠିକାଦାର। ୫ଟି ରୁପାନ୍ତର ବେଳେ ଗ୍ରାମର ୬ଜଣ ବ୍ୟକ୍ତିଙ୍କୁ ଏହାର ନିର୍ମାଣ କାମ କରିବା ପାଇଁ ଦାୟିତ୍ବ ଦିଆଯାଇଥିଲା। କାମ ସମ୍ପୂର୍ଣ୍ଣ ହେବାକୁ ବର୍ଷେରୁ ଅଧିକ ବିତିଥିଲେ ବି ଆଜି ଯାଏଁ ସେମାନେ ତାଙ୍କର ବଳକା ଟଙ୍କା ପାଇ ପାରି ନାହାଁନ୍ତି। ଯାହା ଫଳରେ ଆଜି ସକାଳ ସମୟରେ ସେମାନେ କାମ କରିଥିବା ୫ଟି କ୍ଲାସ ରୁମ୍ ଗୁଡିକରେ ତାଲା ପକାଇ କ୍ଲାସ ରୁମ୍ ବନ୍ଦ ରଖିଥିଲେ। ଫଳରେ ପିଲାମାନଙ୍କ କ୍ଲାସ କରିବାରେ ବାଧା ସୃଷ୍ଟି ହୋଇଛି। ଅଷ୍ଟମ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆସି ବାହାରେ ବୁଲିବା ସହ ଶିକ୍ଷକ ମାନେ ମଧ୍ୟ ବାହାରେ ଛିଡା ହୋଇଥିଲେ । ତେବେ ଘଟଣା ବିଷୟରେ ଉପରିସ୍ଥ ଅଧିକଙ୍କୁ ଖବର ଦେବା ପରେ ତଦନ୍ତ କରୁଛନ୍ତି ବୋଲି କହିଛନ୍ତି।

Comments are closed.