nua o banner

ପେଟିଏମ୍ ପେମେଣ୍ଟସ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ଇସ୍ତଫା

BSKY banner  750×100

ନୂଆଦିଲ୍ଲୀ : ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରିନ୍ଦର ଚାଓ୍ବଲା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡର ମୂଳ କମ୍ପାନୀ ଓ୍ବାନ୯୭ କମ୍ୟୁନିକେସନ ଏକ୍ସଚେଞ୍ଜ ଫାଇଲିଂରେ ଏନେଇ ସୂଚନା ଦେଇଛି । ସେ ୨୦୨୩ ଜାନୁୟାରୀ ମାସରେ ଏହି ପଦରେ ନିଯୁକ୍ତ ହୋଇଥିଲେ ।  କମ୍ପାନୀ କହିଛି କି ଚାଓ୍ବଲା ବ୍ୟକ୍ତିଗତ କାରଣରୁ ଉତ୍ତମ ସଂସ୍ଥାକୁ ଯିବା ପାଇଁ ପୂର୍ବରୁ ସନ୍ଧାନ କରୁଥିଲେ । ତେବେ ସେ ଏଥିପାଇଁ ଇସ୍ତଫା ଦେଇଥାଇପାରନ୍ତି ବୋଲି କମ୍ପାନୀ କହିଛି । ତେବେ ୨୬ ଜୁନ୍ ୨୦୨୪ରେ ତାଙ୍କୁ ଦାୟିତ୍ବରୁ ମୁକ୍ତ କରାଯିବ ବୋଲି ସୂଚନା ଦେଇଛି ସଂସ୍ଥା । କହିରଖୁଛୁ ପୂର୍ବରୁ ୨୬ ଫେବୃୟାରୀରେ ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କର ବୋର୍ଡରୁ ଇସ୍ତଫା ଦେଇଥିଲେ ।

Comments are closed.