ନୀଳଗିରି / ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଘରେ ପଶି ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଜାମୁଡ଼ିହା ପଞ୍ଚାୟତ ଅନ୍ତର୍ଗତ କେସୁରା ଗାଁର ଚାଙ୍ଗୁଆ ଓରଫ ବିଜୟ ସିଂହ (୪୦)। ବିଜୟଙ୍କୁ ଟାଙ୍ଗିଆ, ଭୁଜାଲି ପ୍ରଭୃତି ମାରଣାସ୍ତ୍ରରେ ହତ୍ୟା କରି ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ବିଜୟଙ୍କ ବେକ, ଛାତି ଭଳି ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ଶନିବାର ସକାଳେ ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେ ଶୁକ୍ରବାର ରାତିରେ ଘରେ ଏକୁଟିଆ ଥିଲେ ଓ ତାଙ୍କ ସ୍ତ୍ରୀ ବାପଘରକୁ ଯାଇଥିବାର ସୂଚନା ମିଳିଛି।



