www.samajalive.in
Thursday, December 11, 2025
16.1 C
Bhubaneswar

ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର, ଗଛମୂଳେ ପଢୁଛନ୍ତି ଛାତ୍ରଛାତ୍ରୀ

ସିନ୍ଦେକେଲା: ସରକାର ଶିକ୍ଷାକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ପ୍ରତି ଗ୍ରାମରେ ବିଦ୍ୟାଳୟ ଖୋଲି ୬ ରୁ ୧୪ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା କରିଛନ୍ତି। ହେଲେ ଆଜି ବି ଅନେକ ବିଦ୍ୟାଳୟ ଅଛି ଯେଉଁଠାରେ ଶ୍ରେଣୀ କୋଠରୀ ପରି ମୌଳିକ ସୁବିଧା ନାହିଁ। ଏପରି ଏକ ସମସ୍ୟାବହୁଳ ବିଦ୍ୟାଳୟ ହେଉଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧର୍ଲା ପଞ୍ଚାୟତର ବରକାନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ୧୯୬୧ ମସିହାରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟ କାଳକ୍ରମେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇଯାଇଛି। ଏହି ବିଦ୍ୟାଳୟରେ ବର୍ତ୍ତମାନ କେବଳ ଗୋଟିଏ କୋଠରୀ ଅଛି ତେବେ ଏହି ଗୋଟିଏ ଶ୍ରେଣୀ କୋଠରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ମୋଟ ୧୧୮ ଜଣ ପିଲାଙ୍କୁ ପାଠ ପଢା ଯାଉଛି। ତେବେ ଏତେ ପିଲାଙ୍କୁ ବସାଇ ପାଠ ପଢାଇବା ପାଇଁ ଶ୍ରେଣୀ କକ୍ଷ ନ ଥିବାରୁ ଛାତ୍ରଛାତ୍ରୀ ମାନେ ବାରଣ୍ଡାରେ ଓ ଗଛମୂଳରେ ପାଠ ପଢାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୋଟିଏ କୋଠରୀରେ ୮ଟି କ୍ଲାସ ଚାଲିଥିବା ବେଳେ ଏକାଧିକ ଶିକ୍ଷକଙ୍କ ଉଚ୍ଚ ସ୍ୱରରେ ପାଠ ପଢା ପରସ୍ପର ସହ ମିଶି ଯାଉଛି। ଫଳରେ କେହି କାହାରି ପାଠ ବୁଝି ପାରୁନାହାନ୍ତି। ଏହା ସହ ଗାଁ ଠାରୁ ଜଙ୍ଗଲ ତଳି ଇଲାକାର ଅଧା କିଲୋମିଟର ଦୂରରେ ଅବସ୍ଥିତ ଉକ୍ତ ବିଦ୍ୟାଳୟରେ ପାଚେରୀ ନଥିବାରୁ ବିଭିନ୍ନ ସମୟରେ ବୁଲା ଗାଈଗୋରୁ , ଛେଳିମେଣ୍ଢା ତଥା ଅସାମାଜିକ ବ୍ୟକ୍ତି ପ୍ରବେଶ କରୁଥିବାରୁ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି।

ସୂଚନାଯୋଗ୍ୟ ଗତ ୧୩ ବର୍ଷ ପୂର୍ବେ ପରିଚାଳିତ ବିଦ୍ୟାଳୟ ପଛପଟେ ଏକ ନୂତନ ଶ୍ରେଣୀଗୃହ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା କିନ୍ତୁ ତାହା ଆଜି ପର୍ୟ୍ୟନ୍ତ ଶେଷ ହୋଇପାରି ନାହିଁ ଅଧରପନ୍ତିଆ ଭାବରେ ପଡି ରହିଛି। ଏହା ସହ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲରେ ରୋଷେଇଘର ନ ଥିବାରୁ ବହୁ ପୁରୁଣା ପରିତ୍ୟକ୍ତ କୋଠରୀରେ ପିଲାଙ୍କ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତି କରାଯାଉଥିବା ସ୍କୁଲ ପରିଚାଲନା କମିଟି ପକ୍ଷରୁ ସୂଚନା ମିଲିଛି। ତେବେ ରାଜ୍ୟ ପ୍ରଶାସନ ବିଭିନ୍ନ ସମୟରେ ରାଜ୍ୟର ସମସ୍ତ ବିଦ୍ୟାଳୟ ମାନଙ୍କ ଗୁଣାତ୍ମକ ଶିକ୍ଷାଦାନ ଦେଉଥିବା ଓ ଯୋଜନା ଉପରେ ଯୋଜନା ବାହାର କରୁଥିôବା ବେଳେ ବରକାନୀ ଗ୍ରାମର ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢିବା ପାଇଁ ଶ୍ରେଣୀଗୃହ ଅଭାବ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପରିତାପର ବିଷୟ ଯେ ଉକ୍ତ ଗାଁ ଠାରୁ ବଙ୍ଗୋମୁଣ୍ଡା ବ୍ଲକ କାର୍ୟ୍ୟାଳୟ ମାତ୍ର ୩୦ କିଲୋମିଟର ଦୂରତା ଥିବା ତଥା ବାରମ୍ବାର ଅଭିଯୋଗ ସତ୍ତେ ଉକ୍ତ ବିଦ୍ୟାଳୟ ଉପରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡି ନ ଥିବା ବିଦ୍ୟାଳୟ ପରିଚାଲନା କମିଟି ସଦସ୍ୟ ଅଭିଯୋଗ କରିଛନ୍ତି। ତେବେ ପ୍ରଶାସନ ଏ ସଂପର୍କରେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଦାବୀ ହୋଇଛି .

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories