www.samajalive.in
Thursday, December 11, 2025
15.1 C
Bhubaneswar

ବଲାଙ୍ଗୀର ପୁଲିସର ମିଶନ କ୍ଲିନ୍ : ପାଞ୍ଚହଜାରରୁ ଉର୍ଦ୍ଧ କଫସିରଫ ବୋତଲ ଜବତ, ୫ ଗିରଫ

ବଲାଙ୍ଗୀର : ବଲାଙ୍ଗୀରରେ ପୁଣି ଧରାପଡିଲା ବିପୁଳ ପରିମାଣର କଫସିରଫ। ଗୋଟିଏ ପଟେ କଫସିରଫ ମାଫିଆ ସାନ ନେଗୀ ଓ ତାର ସହଯୋଗୀ ମାନେ ପୁଇଁନ୍ତଲା ପୁଲିସର ରିମାଣ୍ଡରେ ରହିଛନ୍ତି। ଅନ୍ୟପଟେ ସଦର ପୁଲିସ ଶୁକ୍ରବାର ପୁଣି ପାଞ୍ଚ ହଜାରରୁ ଉର୍ଦ୍ଧ କଫସିରଫ ଜବତ କରିବା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଦୁଇଟି ଗାଡି ଓ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣା ବଲାଙ୍ଗୀରରେ ଚାଲିଥିବା ବେଆଇନ କଫସିରଫ ଚାଲାଣରେ ଏବେବି ରୋକ ଲାଗିନଥିବା ସ୍ପଷ୍ଟ କରିଛି। କଫସିରଫ ଜବତ ଓ ଚାଲାଣକାରୀକୁ ସଦର ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବଲାଙ୍ଗୀର ଏସପି ଏମ. ସନ୍ଦୀପ ସମ୍ପତ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବଲାଙ୍ଗୀରରେ କଫସିରଫ ଚାଲାଣର ବେଆଇନ ବ୍ୟବସାୟ ଚେର ଓପାଡିବା ପାଇଁ ପୁଲିସ ପଦକ୍ଷେପ ଆରମ୍ଭ କରିଥିଲା। ଏହିକ୍ରମରେ କଫସିରଫ ମାଫିଆ ସାନ ନେଗୀ ଓ ତାର କିଛି ଅତି ନିକଟତମ ସହଯୋଗୀ ମାନେ ପୁଲିସ ହାତରେ ଧରାପଡି ଜେଲ ଯିବା ପରେ ବଲାଙ୍ଗୀରରେ ଏହି କାରବାର ନିୟନ୍ତ୍ରଣାଧୀନ ହୋଇଥିବା ବଲାଙ୍ଗୀର ଏସପି ଦୃଢୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ବଲାଙ୍ଗୀର ଜିଲା ପୁଲିସ କୁ ଖୋଲ ବ୍ୟାଲେଞ୍ଜ ଦେଇଛନ୍ତି କଫସିରଫ ବ୍ୟବସାୟୀ। ବର୍ତ୍ତମାନ ସମୟରେ ବି ଏହି କାରବାର ପରିଚାଳିତ ହେଉଥିବା ବେଳେ ପୁଲିସ ହାତରେ ପୁଣି କଫସିରଫ ଜବତ ହୋଇଥିବା ସୂଚନା ମିଲିଛି। ଗତ ୧୪ ତାରିଖରେ ସାନ ନେଗୀକୁ ପୁଇଁନ୍ତଲା ପୁଲିସ ରିମାଣ୍ଡରେ ନେଇ ପଚାରଉଚୁରା କରୁଥିବା ସମୟରେ ସଦର ପୁଲିସ ହାତରେ କଫସିରଫ ଭର୍ତ୍ତି ଗାଡି ଧରାପଡିବା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

- Advertisement -

ଏହି ଚଢଉରେ ବଲାଙ୍ଗୀର, ବରଗଡ, ନୂଆପଡାର ତିନି ଜଣ ବଡ ବ୍ୟବସାୟୀ ପୁଲିସ ହାତରେ ଗିରଫ ହୋଇଥିବା ଜଣାପଡିଛି। ଏସପିଙ୍କ ସୂଚନା ଅନୁସାରେ ବଲାଙ୍ଗୀର ଜିଲାରେ ଅବାଧ ବେଆଇନ ନିଶା କାରବାରକୁ ବନ୍ଦ କରିବା ପାଇଁ ମିଶନ କ୍ଲିନ ଆରମ୍ଭ କରାଯାଇଥିଲା। ଏକ ନିର୍ଭରେଯାଗ୍ୟ ସୂତ୍ରରୁ କଟକରୁ କଫସିରଫ ଚାଲାଣ ହେଉଥିବା ଖବର ପାଇ ଉକ୍ତ ଟିମ ବଲାଙ୍ଗୀର-ପାଟଣାଗଡ ରାସ୍ତା ପଥରଚେପା ଠାରେ ନାକାବନ୍ଦି କରିଥିଲା। ବିଳମ୍ବିତ ରାତ୍ରିରେ ଏକ ପିକଅପ ଗାଡି (ନଂ ଓଡି ୦୩ ପି ୨୬୫୧)ଓ ଟିୟୁଭି (ଓଡି ୨୬ ସି ୯୬୯୩)ରେ ବହୁ ପରିମାଣର କଫସିରଫ ଚାଲାଣ ହେଉଥିବା ଜଣାପଡିଥିଲା। ସମୁଦାୟ ଉଭୟ ଗାଡିରୁ ଉକ୍ତ ଟିମ ୫ହଜାର ୯ଶହ୨୦ ବୋତଲ କଫସିରଫ ଜବତ କରାଯାଇଥିବା ଜଣାପଡିଛି। ଉଭୟ ଗାଡିରେ ଥିବା ଡ୍ରାଇଭର ପାଟଣାଗଡ ରାମପାଲିର କିର୍ତ୍ତିଚନ୍ଦ୍ର ଷାଣ୍ଢ, କୋମନା ଥାନା ଅଗରେନ ଗାଁର ମୁକୁନ୍ଦ ଚରଣ ନାଗ, ଟିୟୁଭି ଗାଡିରେ ଥିବା ଚାଲାଣକାରୀ ପାଟଣାଗଡ ଲୁହାସିଂହାର ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ,ବରଗଡ ଗାଇସିଲେଟ ଥାନା ତାଲପାଲି ଗାଁର ଲଲିତ କୁମାର ବାଜପେୟୀ, ନୁଆପଡା କୋମନାର ବିକାଶ ଦୁରିଆକୁ ପୁଲିସ ଗିରଫ କରିଥିବା ସୂଚନା ଦେଇଛି। ତେବେ ତଦନ୍ତ ସମୟରେ ପୁଲିସ ଅନେକ ତଥ୍ୟ ମଧ୍ୟ ପାଇଥିବା ଜଣାପଡିଛି। ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ ବଲାଙ୍ଗୀର ଜିଲା, ଲଲିତ ବାଜପେୟୀ ବରଗଡ, ବିକାଶ ଦୁରାଇ ଓ ମୁକୁନ୍ଦ ନାଗ ନୂଆପଡା ଜିଲାରେ ଏହି ବ୍ୟବସାୟ ଚଲାଇଥିବା ପୁଲିସ ଜାଣିବାକୁ ପାଇଛି। ଏହି ପାଞ୍ଚ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛି। ଏହି ଚଢଉ ସମୟରେ ପୁଲିସ କଫସିରଫ, ଦୁଇଟି ଗାଡି ସହ ୭୦ହଜାର ୮୫୦ ନଗଦ ଟଙ୍କା, ସାତଟି ମୋବାଇଲ ମଧ୍ୟ ଜବତ କରିଛି। ଏହା ସହିତ ଅଧିକ ତଦନ୍ତ ପାଇଁ ଏହି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ତେବେ ସାନ ନେଗୀକୁ ଗିରଫ କରି ପୁଲିସ ସଫଳତା ଅର୍ଜନ କରିଥିବା କୁହାଯାଉଥିବା ବେଳେ ବଲାଙ୍ଗୀରରେ ଏହି ବ୍ୟବସାୟରେ କେତେ ଯେ ବ୍ୟବସାୟୀ ରହିଛନ୍ତି ତାହା ଗଣିବା ମୁସ୍କିଲ ହୋଇପଡିଥିବା ବେଳେ ଗୋଟିଏ ପରେ ଗୋଟିଏ ମାଫିଆ ସାମ୍ନାକୁ ଆସୁଥିବାରୁ ପୁଲିସ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories