www.samajalive.in
Wednesday, December 10, 2025
26.1 C
Bhubaneswar

ବଲାଙ୍ଗିରରେ ରେକର୍ଡ ଭାଙ୍ଗିଲା କରୋନା, ଆଜି ୧୭୩ ନୁଆ ରୋଗୀ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିରରେ ରେକର୍ଡ ଭାଙ୍ଗିଲା କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ପ୍ରଥମ ଥର ପାଇଁ ଶହେରୁ ଉର୍ଦ୍ଧ କରୋନା ରୋଗୀ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଗତକାଲି ମାତ୍ର ଗୋଟିଏ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଥିବା ବେଳେ ଗୁରୁବାର ୧୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ପୈାରାଞ୍ଚଳ, ଟିଟିଲାଗଡ, କଣ୍ଟାବାଞ୍ଜି ସହର ସମେତ ଆଗଲପୁର, ଗୁଡଭେଲା, ପୁଇଁନ୍ତଲା ବ୍ଲକରେ କରୋନା ରୋଗୀ ଚିନ୍ତାର କାରଣ ପାଲଟିଛନ୍ତି ।
ସୂଚନା ଅନୁସାରେ ବଲାଙ୍ଗିର ଜିଲାରେ ସର୍ବାଧିକ ୧୭୩ ଜଣ ରୋଗୀ ଗୁରୁବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାର ଏନେଇ ସୂଚନା ପ୍ରଦାନ କରିବା ପରେ ଜିଲା ପ୍ରଶାସନ ପକ୍ଷରୁ ଜିଲାରେ ଥିବା ରୋଗୀଙ୍କ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ବଲାଙ୍ଗିର ପୈାରାଞ୍ଚଳ ଅଧିନସ୍ଥ ହାଟପଦାପଡାରେ ୧୦, କନ୍ଧପାଲିପଡାରେ ୪, ସୁଦପଡାରେ ୫, ଶାନ୍ତିପଡାରେ ୪, ରାଧାରାଣୀପଡାରେ ୨, ତାଲପାଲିପଡାରେ ୨, କଂସାରୀପଡାରେ ୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ବରପାଲିପଡା, ଠିକାଦାରପଡା, ବିଷ୍ଣୁମୁଣ୍ଡା, ତେଲିଗୋଠପଡା, କଲାମାଣ୍ଡଳ ପଡା, ପେଲେସଲାଇନ, କଲେଜ ଛକ ଓ ବେହେରାପାଲି ଅଞ୍ଚଳରୁ ଜଣେ ଲେଖାଏଁ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରୁ ୧୦, ବଙ୍ଗୋମୁଣ୍ଡାରୁ ୩ ଓ ଝଲପ ଗାଁରୁ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ସଦର ବ୍ଲକ ଖୁଜେନପାଲି, କନକପୁର ଓ ଶିକାଛିଡା ଗାଁରୁ ଜଣେ ଲେଖାଏଁ ରୋଗୀ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଗୁଡଭେଲା ବ୍ଲକ ନୁଆପଡାରୁ ୨, ବୀରମୁଣ୍ଡାରୁ ୨ ଓ ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୮ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ ୨୧ ଜଣ ଗୁରୁବାର ଚିହ୍ନଟ ହୋଇଛନ୍ତି । ଆଗଲପୁର ବ୍ଲକ ଆଗଲପୁରରୁ ୧୧, ରାମପୁରରୁ ୨, କେତେଇପାଲିରୁ ୧, ବନ୍ଦବାହାଲ ଗାଁରୁ ୮ ଓ ବାବୁଫାସଡରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ମୁରିବାହାଲ ବ୍ଲକ ପତ୍ରାପାଲି ଓ ଗୁଡିଘାଟରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସଇଁନ୍ତଲା ବ୍ଲକ ଗୁରମୁଣୀରୁ ୬ ଜଣ ଓ ପୁଇଁନ୍ତଲା ବ୍ଲକ ଶିକାବେହେଙ୍ଗା ଗାଁରୁ ୨୨ ଜଣ ରୋଗୀ ୨୪ ଗଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଲୋଇସିଂହା ବ୍ଲକ ବୁର୍ଡାରୁ ୫ ଜଣ, ଖପ୍ରାଖୋଳ ବ୍ଲକ ଲୁହାସିଂହାରୁ ୩ ଓ ଫୁଲକିମୁଣ୍ଡାରୁ ୨ ଜଣ, ଟିଟିଲାଗଡ ବ୍ଲକ କୁମୁଡାରୁ ୨, ଟିଟିଲାଗଡ ରୁ ୧୨ଜଣ , ଘଣ୍ଟବାହାଲି ଓ କପସିଭଟାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ପାଟଣାଗଡ ବ୍ଲକ ତମିଆଁରୁ ଜଣେ ଓ ବାନ୍ଧନଭାଡିରୁ ୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ହୋଇଥିବା ୧୭୩ ଜଣ ରୋଗୀଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ସେହିପରି ଜଣେ ମହିଲା ସାମ୍ବାଦିକ ମଧ୍ୟ କରୋନା ଆକ୍ରାନ୍ତ ଥିବା ସୂଚନା ରହିଛି । ଗୁରୁବାର ୧୭୩ ଜଣ ରୋଗୀ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୪ରେ ପହଞ୍ଚିଛି । ୫୨୬ ଜଣ ସକ୍ରିୟ ରୋଗୀ ରହିଥିବା ବେଳେ ୬୫୭ ଜଣ ସୁସ୍ଥ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଲିଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories