www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ହୋମଗାର୍ଡ

ବଲାଙ୍ଗିର:ସୋମବାର ରାତିରେ ମନୋହରପୁର ପୁଲିସ କଲୋନି ରାସ୍ତାରେ ବାଇକ୍ରେ ଯାଉଥିବା ଜଣେ ହୋମଗାର୍ଡ ଓ ଅନ୍ୟ ୨ ସାଥୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ପୁଲିସ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲା। ଜଣଙ୍କ ଅବସ୍ଥା ଗୁରୁତର ହେବାକୁ ବୁର୍ଲା ପଠାଯାଇଛି। ଅନ୍ୟ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି। ପୁଲିସ ଖୋଳତାଡ ଜାରି ରଖିଛି।
ରାଜୀବ ନଗର ଅଞ୍ଚଳର ପ୍ରହଲ୍ଲାଦ ମିଶ୍ର। ସେ ହୋମଗାର୍ଡ କାମ କରନ୍ତି। ବଲାଙ୍ଗିର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ସେ ନିୟୋଜିତ ହୋଇଛନ୍ତି। ସୋମବାର ରାତି ୧୦ଟା ବେଳେ ବାଇକରେ ପ୍ରହଲ୍ଲାଦ ଅନ୍ୟ ଦୁଇଜଣଙ୍କ ସହ ଯାଉଥିବାବେଳେ ପୁଲିସ କଲୋନି ରାସ୍ତାରେ ପୂର୍ବରୁ ଛକି ରହିଥିବା କିଛି ଯୁବକ ଖଣ୍ଡା, ଟାଙ୍ଗିରେ ଅଚାନକ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁଁ ୩ଜଣ ଚିତ୍କାର କରିବା ପରେ ଲୋକେ ବାହାରି ଆସିଥିଲେ। ଆକ୍ରମଣକାରୀମାନେ ଫେରାର ହୋଇଥିଲେ। ପୁଲିସକୁ ସୂଚନା ମିଳିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସର୍ଜରୀ ୱାର୍ଡରେ ଭର୍ତ୍ତି କରା ଯାଇଥିଲା। ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର ଥିବାରୁ ରାତିରେ ହିଁ ବୁର୍ଲା ପଠାଇ ଦିଆଯାଇଛି। ଅନ୍ୟ ୨ଜଣଙ୍କ ଚିକିତ୍ସା ଚାଲିଛି। ଏହି ଆକ୍ରମଣ ଘଟଣା ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ପୁଲିସ ସୂଚନା ପାଇଛି। ସୋମବାର ରାତିର ଘଟଣା ନେଇ ଟାଉନ୍ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ପୁଲିସ ନିଜ ଆଡୁ ମାମଲାର ଖୋଳତାଡ ଚଳାଇଛି। କେଉଁ କାରଣରୁ ଶତ୍ରୁତା ତାହା ବି ପୁଲିସ ପୃଷ୍ଟି କରି ସାରିଲାଣି। ଆକ୍ରମଣକାରୀମାନେ ପ୍ରହଲ୍ଲାଦଙ୍କ ସହ ତାଙ୍କର ଅନ୍ୟ ୨ ସଂପର୍କୀୟଙ୍କୁ ଟାର୍ଗେଟ କରିଥିଲେ। କିନ୍ତୁ ଭୁଲ ଲୋକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଟାଉନ୍ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ମାମଲା ରୁଜୁ ହେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories