ବଲାଙ୍ଗିର: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଯାଦବ ଭବନ ପାଖରେ ଠିଆ ହୋଇଥିବା କିଛି ବେସରକାରୀ ବସକୁ ଦୁବୃର୍ତ୍ତମାନେ ପଥର ମାଡ କରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ସଂପୃକ୍ତ ବସ ମାଲିକମାନଙ୍କ ପକ୍ଷରୁ ଏତଲା ଦାଏର କରାଯାଇଛି। ବସ୍ର ସମ୍ମୁଖ କାଚ ଗୁଡିକ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଚିନ୍ତାରେ ପଡିଛନ୍ତି ବସ ମାଲିକ। ଟାଉନ ଥାନା ପଛ ପଟେ ବସ ଗୁଡିକ ରହୁଥିବାରୁ ଦୁବୃତ୍ତମାନେ ପୁଲିସକୁ ଚ୍ୟାଲେଞ୍ଜ କଲା ଭଲି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଭିଯୋଗ ସକାଳୁ ହେବା ପରେ ଟାଉନ ଥାନା ପୁଲିସ ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର କାଣ୍ଡଭିଆଇଥିବା ଦୁବୃତ୍ତଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
Popular Categories



