www.samajalive.in
Tuesday, December 9, 2025
16.1 C
Bhubaneswar

ମଉଳିଲା ବାଲି ମକରମେଳା ଦେଖିବା ଆଶା, ବିନା ଭକ୍ତରେ ବାବା ସିଂହନାଥ ଦେବଙ୍କ ପୀଠରେ ମକର ଉତ୍ସବ ସମ୍ପନ୍ନ

ବଡ଼ମ୍ବା: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଗୋପୀନାଥପୁରସ୍ଥ ବାବା ସିଂହନାଥ ଦେବଙ୍କ ମନ୍ଦିରରେ ବାର୍ଷିକ ମକର ମହୋତ୍ସବ ଯଥାବିଧି ପାଳନ ହୋଇଯାଇଛି। ମହାମାରୀ କରୋନା କଟକଣା କାରଣରୁ ପୀଠରେ ପ୍ରଶାସନ ତରଫରୁ ୧୪୪ ଜାରି କରାଯାଇଥିଲା। ଫଳସ୍ୱରୁପ ବିନା ଭକ୍ତରେ ପୀଠରେ ଶ୍ରୀ ସିଂହନାଥ ଦେବଙ୍କ ମକର ଉତ୍ସବ ଶାନ୍ତିପୂର୍ଣ୍ଣଭାବେ ସମ୍ପନ ହୋଇଛି। ତହସିଲଦାର ଏବଂ ପୁଲିସ ପ୍ରଶାସନର ଉପସ୍ଥିତିରେ ଠାକୁରଙ୍କ ରୀତିନିତି ପୂର୍ବନିର୍ଘଣ୍ଟ ସମୟନୁଯାଇ ସେବାୟତଙ୍କ ଦ୍ୱାରା କରାଯାଇଥିଲା। ଠାକୁରଙ୍କ ଚଳନ୍ତି ପ୍ରତିମା ବେଢା ପରିକ୍ରମା କରିବାରେ ଶିବଶକ୍ତିଙ୍କୁ ବଡ଼ସିଂହାର ବେଶରେ ସଜ୍ଜାଯାଇଥିଲା। ପରେପରେ ସମସ୍ତ ଦେବନୀତି ଅନୁଷ୍ଠିତ ହେବାରେ ଯାଇ ପର୍ବପୂଜକଙ୍କ ପୂଜାର୍ଚ୍ଚନାରେ ଠାକୁରଙ୍କଠି ମକରଚାଉଳ ଭୋଗଲାଗି କରାଯାଇଥିଲା।

ତେବେ ଚଳିତ ବର୍ଷ ଏହି ପୀଠକୁ ମହାନଦୀ ଉପରେ ରାଜ୍ୟର ଯେଉଁ ଦୀର୍ଘତମ ସେତୁ ନିର୍ମାଣ କରାଯାଇଛି ସେନେଇ ଅନେକ ଭକ୍ତ ତଥା ଦର୍ଶକ ମକରସଂକ୍ରାନ୍ତିରେ ମହାପ୍ରଭୁ ସିଂହନାଥ ଦେବଙ୍କ ଦର୍ଶନ ସହିତ ଏଠାରେ ଅନୁଷ୍ଠିତ ହେଉଥିବା ବାର୍ଷିକ ବାଲି ମକରମେଳା ବୁଲି ଦେଖିବାକୁ ମନରେ ଆଶା ବାନ୍ଧିଥିଲେ। ହେଲେ କୋଭିଡ କଟକଣା କାରଣରୁ ସମସ୍ତ ଦର୍ଶକ ଏବଂ ଭକ୍ତଙ୍କୁ ଏନେଇ ଚଳିତବର୍ଷର୍କୁ ମିଶାଇ ଦି୍ୱତୀୟ ବର୍ଷଲାଗି ନିରାଶ ହେବାକୁ ପଡ଼ିଛି। ସୂଚନାଥାଉକି ଏହି ପୀଠ ନିକଟସ୍ଥ ମହାନଦୀର ବାଲି ପଠାରେ ୩ ଦିନବ୍ୟାପି ଶତାଦ୍ଦିପୁରୁଣା ଐତିହାସିକ ବାଲି ମକରମେଳା ଅନୁଷ୍ଠିତ ହୋଇଥାଏ।

- Advertisement -

ବଡ଼ମ୍ବା, ବାଙ୍କୀ, ଖୋର୍ଦ୍ଧା, ନୟାଗଡ଼, ଆଠଗଡ଼, ନରସିଂହପୁର, ଅନଗୁଳ, ଢେଙ୍କାନାଳ ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାରହଜାର ଦର୍ଶକ ଏହି ବାଲି ମକରମେଳା ଏବଂ ଠାକୁରଙ୍କ ଦର୍ଶନ ଲାଗି ଆସନ୍ତି। କଟକଣା ରହିତ ଚଳିତବର୍ଷର ମକର ଉତ୍ସବ ସ୍ଥାନୀୟ ଦେବୋତ୍ତର ଅଧିକାରୀ ତଥା ବଡ଼ମ୍ବା ତହସିଲଦାର ତପନକୁମାର ପରିଡ଼ାଙ୍କ ଉପସ୍ଥିତି ଏବଂ ବିଭାଗୀୟ ତଦାରଖକାରୀ ବିପିନୀ ପୂର୍ବାରାଙ୍କ ପରିଚାଳନାରେ କରାଯାଇଥିଲା। ସଂଧ୍ୟା ପର୍ଯ୍ୟନ୍ତ ଅଧିକାରୀଙ୍କ ଉପସ୍ଥିତିରେ ମନ୍ଦିର ସେବାୟତମାନେ ନିଷ୍ଠା ଓ ଭକ୍ତି ସହକାରେ ନୀତି କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories