www.samajalive.in
Tuesday, December 9, 2025
17.1 C
Bhubaneswar

ମକର ମିଳନ ଓ ଫକୀରମୋହନ ଜୟନ୍ତୀ

ନବରଙ୍ଗପୁର: ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ, ଫକୀରମୋହନ ପଠନ ଶାଳା, ଉମରକୋଟ ୧୪ ତମ ସ୍ବନକ୍ଷତ୍ର ଦିବସ ପାଳନ, ମକର ମିଳନ, ଫକୀରମୋହନ ଜୟନ୍ତୀ, ପୁସ୍ତକ ଲୋକାର୍ପଣ, ଆଲୋଚନା ଚକ୍ର, ସମ୍ବର୍ଦ୍ଧନା, ସ୍ମୃତି ସମ୍ମାନ ଓ କବିତା ପାଠ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଅଧିବେଶନରେ ଉଦଘାଟକ ଉମେଶ ଚନ୍ଦ୍ର ଭୁକ୍ତା, ସମ୍ମାନିତ ଡ. ଅନୀଲ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ଦ୍ବିତୀୟ ଅଧିବେଶନ କବିତା ପାଠରେ ସଭାପତି ଟୁଟୁବାବୁ ପଟ୍ଟନାୟକ, ଅତିଥି ଅଧ୍ୟାପକ ଗୋପାଳ ମହାରଣା ଯୋଗ ଦେଇଥିଲେ। ବିବେକାନନ୍ଦ ପଟ୍ଟନାୟକ, ସୁରେଶ କମାର ଆଚାର୍ଯ୍ୟ ଓ ସତ୍ୟବ୍ରତ ପ୍ରଧନ ସଂଯୋଜନା କରିଥିଲେ।
ତୃତୀୟ ଅଧିବେଶନରେ ସଭାପତି ପ୍ରଫୁଲ କୁମାର ରାଉତ, ମୁଖ୍ୟ ଅତିଥି ବଲ୍ଲଭ କୁମାର ରାଉତ, ମୁଖ୍ୟବକ୍ତା ଚନ୍ଦ୍ର ଶେଖର ହୋତା, ଡା ସୁରେନ୍ଦ୍ର ନାଥ ଦାଶ, ପରୀକ୍ଷିତ ସାହୁ ଯୋଗ ଦେଇ ‘ସାରସ୍ବତ ସ୍ମରଣିକା’ ପ୍ରଫୁଲ ରାଉତଙ୍କ ‘ଦେଖଇ ନେତ୍ରେ ଯାହା’ ଫକୀର ପାଢୀଙ୍କ ‘ବାସ୍ତୁ ଓ ଜ୍ୟୋତିଷ ଏବଂ ଅନ୍ୟାନ୍ୟ ପ୍ରବନ୍ଧ ସଂକଳନ ଓ ବୃନ୍ଦାବତୀ ସାହୁଙ୍କ ବ୍ୟଞ୍ଜନ ସମ୍ଭାର’ଲୋକାର୍ପଣ ପରେ ‘କରୋନା କାଳରେ ସାହିତ୍ୟିକ ପାଣିପାଗ’ ସଂପର୍କରେ ଆଲୋଚନା କରିଥିଲେ।

ଦାସିଆ ସାଂସ୍କୃତିକ ପରିଷଦ, ଉମରକୋଟ ପକ୍ଷରୁ ଚନ୍ଦ୍ର ଶେଖର ହୋତାଙ୍କୁ ମାନପତ୍ର, ଟ୍ରଫି ଓ ଉପଢୌକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଫକୀରମୋହନ ପଠନଶାଳା ସୁରେନ୍ ପରିଡା ସ୍ମୃତି ସମ୍ମାନ, ପୁଷ୍ପାଞ୍ଜଳି ସ୍ମୃତି ସମ୍ମାନ, ଗୁରୁକୃପା ଶିକ୍ଷାକେନ୍ଦ୍ର ଦ୍ବାରା ତାରିଣୀ ଚରଣ ପାଢୀ ସ୍ମୃତି ସମ୍ମାନ, ପ୍ରସନ୍ନ କୁମାର ଦାସ ସ୍ମୃତି ସମ୍ମାନ, ବି·ବି ଛାଟୋଇ ସ୍କୁଲ ଅଫ୍ ନସିଂ ଦ୍ବାରା ଭ୍ରମରବର ଛାଟୋଇ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଚତୁର୍ଥ ଅଧିବେଶନ କବିତା ପାଠରେ ସଭାପତି ଜଗଦୀଶ ତ୍ରିପାଠୀ ଥିବା ବେଳେ, ପ୍ରଭାତୀ ଦେବନାଥ, ରମେଶ ଚନ୍ଦ୍ର ଟାକ୍ରୀ, ସୁଶୋଭିତା ମେରିଲିନ୍ ତୁରୁକ୍ କବିତା ସଂଯୋଜନା କରିଥିଲେ। ଶେଷରେ ବଂଶୀଧର ଭୂୟାଁ ଧନ୍ୟବାଦ ଦେଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories