www.samajalive.in
Monday, December 8, 2025
14.1 C
Bhubaneswar

ବଡ଼ମ୍ବାରେ ବ୍ୟାପୁଛି କୋଭିଡ ସଂକ୍ରମଣ, ସମିତି ବୈଠକରେ ସଦସ୍ୟଙ୍କ ଅସନ୍ତୋଷ ପ୍ରକାଶ

ବଡ଼ମ୍ବା: କଟକ ଜିଲାରେ କାହିଁକି ବଡ଼ମ୍ବା ବ୍ଲକରେ କରୋନା ସଂକ୍ରମଣ ଦିନକୁଦିନ ଅହେତୁକ ଭାବେ ବ୍ୟାପୁଥିବା ନେଇ ଗୁରୁବାର ଅନୁଷ୍ଠିତ ବଡ଼ମ୍ବା ପଞ୍ଚାୟତ ସମିତି ବୈଠକରେ ସଦସ୍ୟମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସଦସ୍ୟମାନଙ୍କ ଟିପ୍ପଣିକୁ ହୃଦୟଙ୍ଗମ କରି ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଉକ୍ତ ବୈଠକରେ ଉଦ୍ବେଗ ପ୍ରକାଶକରି କହିଥିଲେ ଯେ ସମୟକୁ ସମୟ ବଦଳୁଥିବା ଆଇସିଏମ୍‍ଆର ଗାଇଡଲାଇନ ଏବଂ ସରକାରଙ୍କ ଅନଲକ୍ ତଥା ସଟଡାଉନ୍ କୋହଳ ନୀତି ପରେ ଏଭଳି ସ୍ଥିତି ଉପୁଜିଥିବା ସ୍ପଷ୍ଟ ହୋଇଛି। ଏଥିଯୋଗୁଁ କେତେକ ସମୟରେ ପ୍ରଶାସନିକ ଅଧିକାରୀ ଛନ୍ଦି ହେଉଥିବା ମଧ୍ୟ ଦେଖାଯାଉଛି। ଯଦିଓ ଦୀର୍ଘ ୬ମାସ ଧରି କୋଭିଡ ନିୟନ୍ତ୍ରଣ ନେଇ ଅନେକ ବଳିଷ୍ଠ ପଦକ୍ଷେପ ବ୍ଲକରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଛି, ତେବେ ବିଗତ ପ୍ରାୟ ମାସେ ହେଲା କୋଭିଡ ନିୟନ୍ତ୍ରଣ ନେଇ କେତକକ୍ଷେତ୍ରରେ ଠିକ୍‍ ଭାବେ ପଦକ୍ଷେପ ନିଆଯାଇନଥିବା ପରିଲକ୍ଷିତ ହୋଇଛି। ଏଣିକି ମିଳିମିଶି ଏଦିଗରେ ତତ୍ପରତା ପ୍ରକାଶକରି ସ୍ଥିତି ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରିବାକୁ ସମସ୍ତେ ଆଗେଇ ଆସିବାକୁ ବିଧାୟକ ସଦନକୁ ଅନୁରୋଧ କରିଥିଲେ। ଖୁବ୍ଶିଘ୍ର ଫୋକସ ଆକ୍ସନ ପ୍ଲାନ ଅନୁଯାଇ ସର୍ଭେଲାନ୍ସ ଦଳ କୋଭିଡ ନିୟନ୍ତ୍ରଣ ନେଇ ସେମାନଙ୍କ କାର୍ଯ୍ୟ କରିବେ ଏବଂ ଅଞ୍ଚଳର ସମସ୍ତ ଜନସାଧାରଣ ଯେଭଳି ଚିକିତ୍ସାସେବା ପାଇବେ ସେଦିଗରେ ପ୍ରାଧାନ୍ୟ ଦିଆଯିବ ବୋଲି ବିଧାୟକ ଏହି ବୈଠକରେ ଗୁରୁତ୍ୱାରୋପ କରିଥିଲେ। ସଦନକୁ ସୂଚନାଦେବାକୁ ଯାଇ ବ୍ଲକ କୋଭିଡ କେୟାର ସେଣ୍ଟର ଅଧ୍ୟକ୍ଷ ଡାକ୍ତର ଉଦୟଜ୍ୟୋତି ମଲ୍ଲିକ କହିଥିଲେ ଯେ ସବୁଠୁ ବଡ଼କଥା ହେଲା ୨ହଜାରରୁ ଉଦ୍ଧ୍ୱର୍ ପ୍ରବାସୀ ଅଦ୍ୟାବଧି ବ୍ଲକକୁ ବାହାର ରାଜ୍ୟରୁ ଆସିଥିବା ବେଳେ ସେମାନଙ୍କଠାରୁ କେହି ସ୍ଥାନୀୟ କୋଭିଡ ସଂକ୍ରମିତ ହୋଇଥିବା ସର୍ଭେଲାନ୍ସରୁ ଜଣାଯାଇଛି। ତେବେ ଆଜି ସୁଦ୍ଧା ସମଗ୍ର ବ୍ଲକରେ ସମୁଦାୟ ୫,୩୩୧ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ଆଜି ସୁଦ୍ଧା ବ୍ଲକରେ ୫୭୪ଜଣ କୋଭିଡ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାଯାଇଛି। ତଥ୍ୟନୁଯାଇ ସଂକ୍ରମିତଙ୍କ ଭିତରେ ସ୍ଥାନୀୟ ଅଞ୍ଚଳର ୪୮୪,ଟିଏମସି କେନ୍ଦ୍ରରୁ ୪୬ ଏବଂ ବଡ଼ମ୍ବା ବାହାରେ ୪୪ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାଯାଇଛି। ତେବେ ସଂକ୍ରମିତ ହୋଇଥିବା ସମୁଦାୟ ୫୭୪ଜଣଙ୍କ ମଧ୍ୟରୁ ଇତିମଧ୍ୟରେ ୫୩୨ଜଣ ଚିକିତ୍ସାପରେ ଏହି ମହାମାରୀ କବଳରୁ ସୁସ୍ଥ ହୋଇପାରିଥିବା ବେଳେ ଏବେ ୩୮ଜଣ ଚିକିତ୍ସାଧିନ ଥିବା ପ୍ରକାଶ। ତେବେ ଏହି ମହାମାରୀ କବଳରେ ପ୍ରକୃତରେ କେତେଜଣ ବଡ଼ମ୍ବା ଅଧିବାସୀ ଇତିମଧ୍ୟରେ ମୃତ୍ୟୁବରଣ କରିଛନ୍ତି ସେନେଇ ସଠିକ ସୂଚନା ପ୍ରଶାସନ ପାଖରେ ନଥିବା ନେଇ ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିବାରୁ ,ଖୁବ୍ଶିଘ୍ର ଜିଲା, ବିଏମସି,ସିଏମସି କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଏହି ତାଲିକା ପ୍ରସ୍ତୁତ କରିବାକୁ ବିଧାୟକ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ତେବେ ଅଣଆନୁଷ୍ଠାନିକ ଭାବେ ଇତିମଧ୍ୟରେ ୧୫ଜଣରୁ ଅଧିକ ଏହି ରୋଗରେ ବ୍ଲକର ବିଭିନ୍ନ ସ୍ଥାନରେ ମରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ କେବଳ ଆଜିସୁଦ୍ଧା ୪ଜଣ ମରିଥିବା ନେଇ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ହସ୍ତଗତ ହୋଇଥିବା ବୈଠକରୁ ପ୍ରକାଶପାଇଛି।
ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ,ଜିଲାପରିଷଦ ସଦସ୍ୟ ଚିତ୍ତରଞ୍ଜନ ମିଶ୍ର, ସାଂସଦ ପ୍ରତିନିଧି ଦିପକକୁମାର ସାହୁ, ସହକାରୀ ଯନ୍ତ୍ରୀ ଅଶୋକ ଦାଶଙ୍କ ସମେତ ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ସରପଞ୍ଚଞ୍ଚ ଏବଂ ସମିତିସଦସ୍ୟ ଯୋଗଦେଇଥିଲେ। ବେଲିଆପାଳ ସରପଞ୍ଚଞ୍ଚ ବିଚିତ୍ରାନନ୍ଦ ପଣ୍ଡା, ଗୋପପୁର ସରପଞ୍ଚଞ୍ଚ ନରସିଂହ ସାହୁ, କୋଲେଶ୍ୱର ପଞ୍ଚାୟତ ସରପଞ୍ଚ ଅମୀୟ ପାଣିଗ୍ରାହୀଙ୍କ ସମେତ ମଙ୍ଗରାଜପୁର,ବାଙ୍ଗେରିସିଂହା ପଞ୍ଚାୟତ ସରପଞ୍ଚ ପ୍ରମୁଖ ଏହି ବୈଠକରେ ଉପୁୁଜିଥିବା କୋଭିଡ ସ୍ଥିତିକୁନେଇ ବିଭିନ୍ନ ଧ୍ୟାନ ଆକର୍ଷଣକାରୀ ପ୍ରଶ୍ନ ଏବଂ ପ୍ରସଙ୍ଗ ଉତ୍ଥାପନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories