www.samajalive.in
Monday, December 8, 2025
14.1 C
Bhubaneswar

ବଡ଼ମ୍ବା : ସଙ୍ଗରୋଧକେନ୍ଦ୍ର ପଛପାଖରୁ ପ୍ରବାସୀଙ୍କ ଶବ ଉଦ୍ଧାର

ବଡ଼ମ୍ବା : କଟକ ଜିଲା ବଡ଼ମ୍ବାଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଜଣେ ମୃତକଙ୍କ ଶବ ସଂପୃକ୍ତ ଗ୍ରାମର ମୋତି ଦେବୀ ନୋଡାଲ ହାଇସ୍କୁଲରେ କରାଯାଇଥିବା ସଙ୍ଗରୋଧ(ଟିଏମସି) କେନ୍ଦ୍ର ପଛପାଖେ ସୋମବାର ସକାଳେ ଠାବ କରାଯାଇଛିଣ୍ଟା ମୃତକ ହେଲେ କୃଷ୍ଣଚନ୍ଦ୍ରପୁର ଗ୍ରାମର ବ୍ରଜବନ୍ଧୁ ରଣା(୪୦) ଏବଂ ସେ ଉକ୍ତ ଟିଏମସି କେନ୍ଦ୍ରରେ ମୁମ୍ବାଇ ଫେରନ୍ତା ପ୍ରବାସୀ ଓଡ଼ିଆଭାବେ ଗତ ୨୬ ତାରିଖରୁ ସଙ୍ଗରୋଧରେ ଥିଲେ। ଅପରପକ୍ଷରେ ମୃତକଙ୍କ ଘର ସଙ୍ଗରୋଧ କେନ୍ଦ୍ରଠାରୁ ମାତ୍ର କିଛିହାତ ଦୂରତାରେ ହୋଇଥିବାରୁ ଏଭଳି ଆକଷ୍ମିକ ଘଟଣାକୁ ନେଇ ଗ୍ରାମବାସୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ପୁଲିସପ୍ରଶାସନ ସାଇଣ୍ଟିଫିକ୍‍ ଦଳସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆଠଗଡ଼ ଉପଜିଲାପାଳ ଅଜାମ୍ବର ମହାନ୍ତି, ପୁଲିସ ଏସଡିପିଓ ଆଲୋକରଞ୍ଜନ ରାୟ,ବଡ଼ମ୍ବା ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟ,ତହସିଲଦାର ଅନୀଲକୁମାର ପଟ୍ଟନାୟକ,ଆଇଆଇସି ପ୍ରଭାତକୁମାର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନକରି କିଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାର ତଦନ୍ତ କରିବାସହ ଶବ ବ୍ୟବଛେଦ କରାଯିବାନେଇ ପଦକ୍ଷେପ ନେଇଥିବା ପ୍ରକାଶ।

ଆଶ୍ଚର୍ଯ୍ୟର ବିଷୟହେଲା କିଭଳି ଜଣେ ସଙ୍ଗରୋଧରେ ଥିବା ବ୍ୟକ୍ତି କେନ୍ଦ୍ର ବାହାରେ ମୃତ୍ୟୁବରଣ କଲେ ଆଉ ତାହାପୁଣି ନିଜ ଘରଠୁ କିଛି ଦୂରରେ। ହୁଏତ ସଙ୍ଗରୋଧ କେନ୍ଦ୍ରରୁ ସଂପୃକ୍ତ ପ୍ରବାସୀ ନିଜଘରକୁ ରାତିରେ ସ୍କୁଲପାଚେରୀ ଡେଇଁ ଯାଇପାରିଥାନ୍ତି ଏବଂ ଯିବାବେଳେ କି ଫେରିବା ବେଳେ ଏଭଳି ଅଘଟଣ ଘଟିଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରୁଛନ୍ତି। ମୃତକ ଜଣେ ସରଳ ସ୍ୱଭାବର ଏବଂ ସେ ହୃଦ୍‍ ରୋଗୀ ସମେତ ମଧୂମେହ ରୋଗୀ ବୋଲି ଜଣାପଡ଼ିଛି। ତେବେ ମିଳିଥିବା ସୂଚନାନୁଯାଇ ସଙ୍ଗରୋଧ କେନ୍ଦ୍ରରେ ମୃତ ବ୍ରଜବନ୍ଧୁଙ୍କର କେବଳ ପ୍ରାଥମିକ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା ଏବଂ ସେ କୋଭିଡ ଲକ୍ଷଣଯୁକ୍ତ ନଥିଲେ ବୋଲି ଜଣାଯାଇଛି। ଅପରପକ୍ଷରେ ସ୍ୱାବ୍‍ ପରୀକ୍ଷା କରାଯାଇନଥିବାରୁ ତାଙ୍କର କିଭଳି ଭାବେ ଏଭଳି ଅସ୍ୱଭାବିକ ମୃତ୍ୟୁ ଘଟିଲା ସେକଥା ଶବ ବ୍ୟବଛେଦରୁ ତଥା ସ୍ୱାବ୍‍ ନମୁନା ପରୀକ୍ଷାରୁ ସ୍ପଷ୍ଟ ହେବ ବୋଲି ଆଶାକରାଯାଇଛି। ମୃତକ ଜଣେ ଶ୍ରମିକଶ୍ରେଣୀର ଏବଂ ସେ ମୁମ୍ବାଇର ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ। ଘରେ ତାଙ୍କର ଦୁଇ କନ୍ୟାଙ୍କ ସମେତ ବିଧବା ପତ୍ନୀ ଅଛନ୍ତି। ଏହି ଦୁଃଖଦ ଘଟଣାରେ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଗଭୀର ଶୋକପ୍ରକାଶ ପାଇଛି। ମୃତକଙ୍କ ଗରିବ ପରିବାରକୁ ତୁରନ୍ତ ଯଥାସମ୍ଭବ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଘଟଣାରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଦୁଃଖପ୍ରକାଶ କରିବାସହ ଜିଲାପ୍ରଶାସନ ଏଦିଗରେ ବିଧିବଦ୍ଧ ତଦନ୍ତକରି ଆବଶ୍ୟକ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିବା ପ୍ରକାଶ। ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ,ବ୍ଲକ ବିଜେଡି ସଭାପତି ରବିନ୍ଦ୍ରକୁମାର ସାହୁ ପ୍ରମୁଖ ରାଜନୈତିକ ନେତୃବୃନ୍ଦ ଘଟଣାସ୍ଥଳ ପରିଦର୍ଶନ କରିବାସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଅପରପକ୍ଷରେ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ଘଟଣାସ୍ଥଳରୁ ଶବ ଉଠିନଥିବା ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଜିଲାପାଳଙ୍କ ନିର୍ଦେଶକ୍ରମେ କଟକରେ ମୃତକଙ୍କ ଶବ ବ୍ୟବଛେଦ ସମେତ ତାଙ୍କର ଅନ୍ତିମସଂସ୍କାର କାର୍ଯ୍ୟ ବ୍ଲକ ପ୍ରଶାସନ ଉପସ୍ଥିତିରେ କରାଯିବାକୁ ନିଷ୍ପତି ହୋଇଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories