www.samajalive.in
Thursday, December 11, 2025
23.1 C
Bhubaneswar

ରିଲିଜ୍‍ ହେଲା ‘ବଚ୍ଚନ ପାଣ୍ଡେ’ର ପ୍ରଥମ ପୋଷ୍ଟର

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ପ୍ରଥମ ପୋଷ୍ଟର ଶୁକ୍ରବାର ରିଲିଜ୍‍ ହୋଇଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‍ କରି ପୋଷ୍ଟର ଶେୟାର କରିବା ସହ ମୁକ୍ତିଲାଭ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ମୁକ୍ତିଲାଭ କରିବ।
ପୋଷ୍ଟରରେ ଅକ୍ଷୟଙ୍କ ଏକ ଭିନ୍ନ ଏବଂ ଆକର୍ଷକ ରୂପ ଦେଖିବାକୁ ମିଳିଛି। ଏଥିରେ ସେ ଲୁଙ୍ଗି ପିନ୍ଧିବା ସହ ମଥାରେ ତିଳକ, ଗଳାରେ ମୋଟା ଚେନ୍‍ ଏବଂ ହାତରେ ଚାବୁକ ଧରିଥିବା ନଜର ଆସିଛନ୍ତି। ସାମାଜିକ ଗଣମାଧ୍ୟମରେ ଅକ୍ଷୟଙ୍କ ଏହି ଲୁକ୍‍କୁ ବହୁତ ଭଲ ପ୍ରତିକ୍ରିୟା ମିଳୁଛି। ଅନ୍ୟପକ୍ଷରେ କିଛି ଲୋକଙ୍କୁ ଏହା ପସନ୍ଦ ଆସିନାହିଁ ଏବଂ ସେମାନେ ଅକ୍ଷୟଙ୍କୁ ପରିହାସ ମଧ୍ୟ କରିଛନ୍ତି। ସାଜିଦ୍‍ ନାଡ଼ିୟାଡ଼ୱାଲା ଏହାର ପ୍ରଯୋଜନା କରୁଥିବା ବେଳେ ଫରହାଦ ସାମଜୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories