www.samajalive.in
Friday, December 5, 2025
26.1 C
Bhubaneswar

୬ରୁ କଳାବ୍ୟାଜ୍ ପିନ୍ଧିବେ ଆୟୁଷ ଛାତ୍ର ସଙ୍ଗଠନ

ଭୁବନେଶ୍ବର: ଡାକ୍ତରଙ୍କ ପରେ ଏବେ ଆୟୁଷ ଛାତ୍ର ସଙ୍ଗଠନ ସରକାରଙ୍କୁ ନିଶାଣ କରିଛି। ଦାବି ପୂରଣ ପାଇଁ ସ୍ବର ଶାଣିତ କରିଛି। ୮ ଦଫା ଦାବି ନେଇ ପୂର୍ବରୁ ଅନେକ ଥର ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇ ଥିବାବେଳେ ସରକାର ମଧ୍ୟ  ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଅାସନ୍ତା ୫ ତାରିଖ ମଧ୍ୟରେ ସରକାର ଦାବି ପୂରଣ ନକଲେ ଆୟୁଷ ଛାତ୍ର ସଙ୍ଗଠନ ୬ରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବ ବୋଲି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଉଭୟ ହୋମିଓପାଥି ଓ ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟରେ ଭିତ୍ତିଭୂମି ସୁଦୃଢ଼ ସହିତ ଓପିଏସସି ଜରିଆରେ ନୂଆ ପଦ ସୃଷ୍ଟି, ସମସ୍ତ ଆୟୁଷ ମହାବିଦ୍ୟାଳୟରେ ଗଭର୍ଣ୍ଣିଂ ବଡ଼ି ପୁନଃ ଗଠନ, ଷ୍ଟାଇପେଣ୍ଡ ବୃଦ୍ଧି ସହିତ ସ୍ବତନ୍ତ୍ର ଆୟୁଷ ବିଭାଗ ଆଦି ୮ଦଫା ଦାବି କରିଛି ଅଲ୍ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ। ପୂର୍ବ ସରକାର ସମୟରେ ମଧ୍ୟ ସମାନ ଦାବି ଉପସ୍ଥାପନ କରିଥିଲା। ଏମିତିକି ଲୋୟର ପିଏମ୍‌ଜିରେ ଧାରଣା ମଧ୍ୟ ଦିଆଯାଇଥିଲା। ସେ ସମୟରେ ମଧ୍ୟ ପ୍ରତିଶ୍ରୁତି ମିଳିଥିଲା। ଏବେ ନୂଆ ସରକାର ଆସିବା ପରେ ମଧ୍ୟ ଏଦିଗରେ କୌଣସି ପଦ‌େ‌କ୍ଷପ ଗ୍ରହଣ କରାଯାଇନାହିଁ। ଯାହାକୁ ନେଇ ଛାତ୍ର ସଙ୍ଗଠନ ଅସନ୍ତୋଷ ପ୍ରକାଶ କରିବା ସହିତ ଆସନ୍ତା ୬ରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି।

- Advertisement -

 

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories