www.samajalive.in
Sunday, December 7, 2025
16.1 C
Bhubaneswar

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା ଫେଲ୍‍, ସୁପ୍ରିମକୋର୍ଟରେ ୬ରୁ ନିୟମିତ ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟା ବାବ୍ରି ମସଜିଦ ଏବଂ ରାମଜନ୍ମଭୂମି ଜମି ବିବାଦ ମାମଲାର ସମାଧାନ ପାଇଁ ଗଠିତ ମଧ୍ୟସ୍ଥତା କମିଟି ବିଫଳ ହୋଇଛି। ଫଳରେ ଅଗଷ୍ଟ ୬ରୁ ଏହି ମାମଲାର ନିୟମିତ ଶୁଣାଣି ହେବ ବୋଲି ସୁପ୍ରମକୋର୍ଟର ସାମ୍ବିଧାନିକ ପୀଠ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି।
ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍‍ ଏସଏ ବୋବଡେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‍ ଏସଏ ନଜିରଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଶୁକ୍ରବାର ଏହି ମାମଲାର ଶୁଣାଣି କରିଥିଲେ। ସାମ୍ବିଧାନିକ ପୀଠ କହିଛନ୍ତି ଯେ ମଧ୍ୟସ୍ଥତାରୁ କୌଣସି ଫଳ ମିଳିଲା ନାହିଁ। ଏବେ ସପ୍ତାହରେ ୩ ଦିନ ନିୟମିତ ଶୁଣାଣି ହେବ। ଶୁଣାଣି ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ହେବ।
ମଧ୍ୟସ୍ଥତା କମିଟି ଗୁରୁବାର ସୁପ୍ରିମକୋର୍ଟରେ ସିଲ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଥିଲା। ଏହା ପୂର୍ବରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ଗତ ଜୁଲାଇ ୧୮ରେ ମାମଲାର ଶୁଣାଣି କରି ଅଗଷ୍ଟ ୧ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କମିଟି ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ ଉଦ୍ୟମ ଚଳାଇଥିଲେ । ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ୮ରେ ମଧ୍ୟସ୍ଥତା କମିଟି ଗଠନ କରିଥିଲେ। ମାତ୍ର ମଧ୍ୟସ୍ଥତା କମିଟିର ସମସ୍ତ ଉଦ୍ୟମ ବିଫଳ ହୋଇଛି ।

ପ୍ରକାଶ ଯେ ୨୦୧୦ ସେପ୍ଟେମ୍ବର ୩୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୨:୧ ମତରେ ୨.୭୭ ଏକର ବିବାଦୀୟ ଜମିକୁ ୩ ପକ୍ଷ ଯଥା ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦେଇଥିଲେ। ଆହ୍ଲାବାଦ ହାଇକୋଟଙ୍କ ନିଷ୍ପତ୍ତିକୁ କୌଣସି ପକ୍ଷ ଗ୍ରହଣ କରିନଥିଲେ ଓ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ୨୦୧୧ ମଇ ୯ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ୍‍ ଲଗାଇ ଦେଇଥିଲେ। ୯ ବର୍ଷ ହେଲା ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories