ପାରାଲିମ୍ପିକ୍ସ ବନ୍ଧୁକ ଚାଳନାରେ ଭାରତର ଅବନି ଲେଖରା ସ୍ୱର୍ଣ୍ଣ ପଦକ ହାସଲ ସହ ଇତିହାସ ରଚିଲେ
ଡିସ୍କସ ଥ୍ରୋ ରେ ଯୋଗେଶ କାଥୁନିୟାଙ୍କୁ ରୌପ୍ୟ ପଦକ
ନୂଆଦିଲ୍ଲୀ: ଭାରତର ବନ୍ଧୁକ ଚାଳନାକାରୀ ଅବନି ଲେଖରା ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ଆର୨-ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ ୧ ଫାଇନାଲରେ ଏହି ଗୌରବ ଆଣିଦେଇଛନ୍ତି। ସୂଚନାଯୋଗ୍ୟ ଯେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଭାରତର ପ୍ରଥମ ମହିଳା କ୍ରୀଡାବିତ ହୋଇଛନ୍ତି। ଏଥିସହିତ ଭାରତର ଯୋଗେଶ କାଥୁନିୟାଙ୍କୁ ଡିସ୍କସ ଥ୍ରୋ ରେ ରୌପ୍ୟ ପଦକ ମିଳିଛି। ଟୋକିଓ ୨୦୨୦ ପାରାଲିମ୍ପିକ୍ସର ପୁରୁଷ ଡିସ୍କସ ଥ୍ରୋ ଏଫ୫୬ ବର୍ଗ ଫାଇନାଲରେ ଯୋଗେଶ ୪୪.୩୮ ମିଟର ଦୂରତା ପର୍ଯ୍ୟନ୍ତ ଡିସ୍କସ ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିବା ସହିତ ରୌପ୍ୟ ପଦକ ବିଜେତା ହୋଇଛନ୍ତି।
ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ୧୯ ବର୍ଷ ବୟସ୍କା ଅବନି ଲେଖରା ଏହି ବର୍ଗରେ ବିଶ୍ୱ ରେକର୍ଡ ସହିତ ନିଜ ରେକର୍ଡକୁ ସମକକ୍ଷ କରିଥିଲେ। ୨୦୨୦ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ଏହା ପ୍ରଥମ ସ୍ୱର୍ଣ୍ଣ ବିଜୟ ହୋଇଛି। ସୂଚନାଯୋଗ୍ୟ ଯେ ଅବନି ଯୋଗ୍ୟତା ପର୍ଯ୍ୟାୟରେ ୬୨୧.୭ ସ୍କୋର କରିବା ସହିତ ସପ୍ତମ ସ୍ଥାନରେ ରହିଥିଲେ। ତେବେ ମନ୍ଥର ଆରମ୍ଭ କରିଥିବା ଅବନି ଶେଷରେ ଫାଇନାଲରେ ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ। ଏହାକୁ ମିଶାଇ ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଏପର୍ଯ୍ୟନ୍ତ ମୋଟ ୫ଟି ପଦକ ମିଳିସାରିଛି।
Comments are closed.