www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତର ଲଜ୍ଜାଜନକ ପରାଜୟ : କୌଣସି ୱିକେଟ ନହରାଇ ମ୍ୟାଚ ହାତେଇଲା ଅଷ୍ଟ୍ରେଲିଆ

ମୁମ୍ବଇ : ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଛି। ଭାରତର ୧୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଦଳ କୌଣସି ୱିକେଟ ନ ହରାଇ ହାସଲ କରିନେଇଛି। ୭୪ବଲ ବାକି ଥାଇ କଙ୍ଗାରୁ ଦଳ ଏହି ମ୍ୟାଚରେ ଭାରତକୁ ଶୋଚନୀୟ ଭାବେ ହରାଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏହା ଅଷ୍ଟ୍ରେଲିଆର ଏକ ଐତିହାସିକ ବିଜୟ। କଙ୍ଗାରୁ ଦଳର ଉଭୟ ଓପନିଂ ବ୍ୟାଟ୍ସମ୍ୟାନ ଅଧିନାୟକ ଆରୋନ ଫିଞ୍ଚ ଓ ଡେଭିଡ୍ ୱାର୍ଣ୍ଣର ଶତକ ହାସଲ କରିଛନ୍ତି। ଡେଭିଡ଼ ୱାର୍ଣ୍ଣର ୧୧୨ଟି ବଲରୁ ୧୨୮ରନ (୧୭ ଚୌକା, ୩ ଛକା) କରି ନଟଆଉଟ ରହିଥିଲାବେଳେ ଫିଞ୍ଚ ୧୧୪ବଲରେ ୧୧୦ରନ(୧୩ ଚୌକା, ୨ ଛକା) କରି ନଟଆଉଟ ରହିଥିଲେ।

ଆଜିର ମ୍ୟାଚରେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

- Advertisement -

ସିରିଜର ଦ୍ବିତୀୟ ମ୍ୟାଚ ୧୭ତାରିଖ(ଶୁକ୍ରବାର) ଦିନ ଗୁଜରାଟର ରାଜକୋଟରେ ଖେଳାଯିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories