www.samajalive.in
Thursday, December 11, 2025
23.1 C
Bhubaneswar

ଆଜି ଅଷ୍ଟ୍ରେଲିଆ-ବାଂଲାଦେଶ ମୁକାବିଲା

ଟ୍ରେଣ୍ଟବ୍ରିଜ୍: ଚଳିତ ବିଶ୍ୱକପ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିବା ପରେ ଏବେ ବାଂଲାଦେଶର ମନୋବଳ ଆକାଶ ଛୁଇଁଛି। ଏହାର ବିଶ୍ବାସ ଜନ୍ମିଛି ଯେ ବଡ଼ ଦଳକୁ ଏହା ପରାସ୍ତ କରିବାରେ ସକ୍ଷମ। ଦକ୍ଷିଣ ଆଫ୍ରିକାକୁ ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିବା ବେଳେ ଯେଉଁ କ୍ରିକେଟ ପଣ୍ଡିତ କହୁଥିଲେ ଯେ ଏହା ଆକସ୍ମିକ; ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ପରେ ସେହିମାନେ ହିଁ କହୁଛନ୍ତି ​ଯେ ବାଂଲାଦେଶର ନିଶ୍ଚୟ ସେମିଫାଇନାଲ ଖେଳିବାର ଦକ୍ଷତା ରହିଛି। ଗୁରୁବାର ଅନ୍ୟତମ ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଅଷ୍ଟ୍ରେଲିଆ ବିପକ୍ଷ​ରେ ଖେଳିବାକୁ ଯାଉଛି ବାଂଲାଦେଶ। ଏହି ମ୍ୟାଚ୍‌ରେ ମଧ୍ୟ ବିଜୟୀହୋଇ ବାଂଲାଦେଶ ସେମିଫାଇନାଲ ଆଡ଼କୁ ଆଉ ପାଦେ ଆଗେଇବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ତା’ର ପ୍ରସିଦ୍ଧି ଅନୁସାରେ ପ୍ରଦର୍ଶନ କରିନଥିଲେ ସୁଦ୍ଧା ଅ‌େ‌ଷ୍ଟ୍ରଲିଆ ୫ଟିରୁ ୪ଟି ମ୍ୟାଚ୍‌ ଜିତିପାରିଛି। ତେଣୁ ଏହା ମଧ୍ୟ ସେମିଫାଇନାଲରେ ପହଞ୍ଚିବା ଲାଗି ଫେଭରିଟ୍। କଙ୍ଗାରୁ ଦଳର ପଥରୋଧ କରିବାକୁ ପ୍ରୟାସ କରିବ ବାଂଲାଦେଶ।

ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍ ଜିତିଥିଲେ ହେଁ ବାଂଲାଦେଶ ଦଳକୁ ପରାସ୍ତ କରିବା ପାଇଁ ଏହାକୁ ତା’ର ପ୍ରଦର୍ଶନ ସ୍ତରକୁ ଉଠାଇବାକୁ ପଡ଼ିବ। ସୋମବାର ବାଂଲାଦେଶ ଯେପରି ଆକ୍ରମଣାତ୍ମକ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତକଲା; ତାହା ଚଳିତ ବିଶ୍ବକପ୍‌ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୮.୩ ଓଭର ବାକିଥାଇ ଓ ୭ ୱିକେଟ ହାତରେ ଥାଇ ବାଂଲାଦେଶ ବିଜୟୀହେବା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ସାକିବ୍ ଅଲ୍‌ ହାସନ୍ ଅଦ୍ୟାବଧି ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଛନ୍ତି। ୪ଟି ଇନିଂସରୁ ସାକିବ୍ ୨ଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହ ଚଳିତ ବିଶ୍ବକପ୍‌ରେ ସର୍ବାଧିକ ୩୮୪ ରନ୍ କରିଛନ୍ତି। ଅଦ୍ୟାବଧି ସାକିବ୍ ସର୍ବାଧିକ ୪୫ (୪୩+୨)ଟି ବାଉଣ୍ଡରୀ ମାରିଛନ୍ତି। ଏହାସହ ସାକିବ୍ ୫ଟି ୱିକେଟ ନେଇଛନ୍ତି।

- Advertisement -

ଅଷ୍ଟ୍ରେଲିଆ ବିପକ୍ଷରେ ସାକିବ୍ ପୁଣିଥରେ ଏହିପରି ଇନିଂସ ଖେଳିବାର ପ୍ରୟାସ କରିବେ। ବାଂଲାଦେଶର ବ୍ୟାଟ୍‌ସମ୍ୟାନ୍ ଏବଂ ସ୍ପିନର ଭଲ ପ୍ରଦର୍ଶନ କରିଥିଲେ ହେଁ ପେସ୍ ବୋଲରଙ୍କୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପାଇଁ ଟନିକ୍ ପରି ହୋଇଛି ଅଧିନାୟକ ଆରୋନ୍ ଫିଞ୍ଚ୍‌ଙ୍କ ବ୍ୟାଟିଂ ଫର୍ମ। ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ଫିଞ୍ଚ୍ ୩୪୩ ରନ୍ କରିଛନ୍ତି। ଡେଭିଡ୍ ୱାର୍ଣ୍ଣର ୨୮୧ ରନ୍ କରିଥିଲେ ହେଁ ତାଙ୍କ ଷ୍ଟ୍ରାଇକ୍‌ରେଟ୍ ୭୭ରୁ କମ୍ ଥିବାରୁ ଦଳ ଚିନ୍ତାରେ ପଡ଼ିଛି। ଷ୍ଟିଭେନ୍ ସ୍ମିଥ୍ ୩ଟି ଅର୍ଦ୍ଧଶତକ ମାରି ସାରିଲେଣି। ତେବେ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ବ୍ୟାଟ୍‌ରୁ ଅଦ୍ୟାବଧି ରନ୍ ବାହାରିନାହିଁ। ଦୁଇ ନୂଆ ବଲ୍‌ ବୋଲର ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍‌ସ ଚମତ୍କାର ବୋଲିଂକରି ମିଳିତ ଭାବେ ୨୪ଟି ୱିକେଟ ନେଇଥିବା ବେଳେ ଅନ୍ୟ ସମସ୍ତ ବୋଲର ମିଶି ଏତିକି ୱିକେଟ ପାଇନାହାନ୍ତି। ଏହି ୨ ପେସ୍ ବୋଲର ହିଁ ଦଳକୁ ୪ଟି ମ୍ୟାଚ୍ ଜିତାଇଛନ୍ତି। ଦିନିକିଆ କ୍ରିକେଟ୍‌ରେ ମଧ୍ୟ ବାଂଲାଦେଶଠାରୁ ଅଷ୍ଟ୍ରେଲିଆ ଆଗରେ ରହିଛି। ଉଭୟ ଦଳଙ୍କ ମଧ୍ୟରେ ଅଦ୍ୟାବଧି ୧୯ଟି ଦିନିକିଆ ଖେଳା ଯାଇଥିବା ବେଳେ ଅଷ୍ଟ୍ରେଲିଆ ସେଥିରୁ ୧୮ଟି ଜିତିଛି। ତେଣୁ ଗୁରୁବାର ଅଷ୍ଟ୍ରେଲିଆ ନିଶ୍ଚୟ ଫେଭରିଟ୍।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories