www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଥମ ଟି-୨୦ : ଶେଷ ବଲରେ ଅଷ୍ଟ୍ରେଲିଆର ବିଜୟ

ବିଶାଖାପାଟଣା : ବିଶାଖାପାଟଣାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ କଙ୍ଗାରୁ ଦଳ ନିଜ ନାମରେ କରିଛି। ଶେଷ ଓଭରରେ ୪ ୱିକେଟ ବିନିମୟ ୧୪ ରନ ଦରକାର ଥିବାବେଳେ କଙ୍ଗାରୁ ଦଳର ଖେଳାଳି ମାନେ ଏହାକୁ ସଫଳତାର ସହ ପାର କରି ଦେଇଛନ୍ତି। ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି।
ଆନ୍ଧ୍ରପ୍ରଦେଶ ବିଶାଖାପାଟଣାସ୍ଥିତ ୱାଇ ଏସ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଟସ୍‍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୧୭ଟି ବଲରେ ୨୪ ରନ କରିଥିଲେ।
ପ୍ରଥମ ଇନିଂସରେ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଅଷ୍ଟ୍ରେଲିଆକୁ ୧୨୭ ରନର ଟାର୍ଗେଟ ଦେଇଥିଲା। ୨୦ ଓଭର ମଧ୍ୟରେ ଭାରତ ୭ୱିକେଟ ହରାଇ ୧୨୬ ରନ କରିଥିଲା। ମହେନ୍ଦ୍ର ସିଂହ ଧୋନୀ ଅପରାଜିତ ରହି ୨୯ ରନ କରିଥିଲେ।
ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୭ ରନ୍ କରି ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ୟ୍ୟୟର ସାମ୍ନା କରିଥିଲା। ଓପନ୍ କରିବାକୁ ଆସିଥିବା ମାର୍କସ୍ ଷ୍ଟୋଇନିସ୍ (୧) ରନ୍ ଆଉଟ୍ ହୋଇଥିବା ବେଳେ ଅଧିନାୟକ ଆରୋନ୍ ଫିଞ୍ଚ୍ (୦)ଙ୍କୁ ଜସପ୍ରୀତ୍ ବୁମ୍ରା ଆଉଟ୍ କରିଥିଲେ। ଡାର୍ସି ଶର୍ଟ ଓ ମ୍ୟାକ୍ସୱେଲ୍ ତୃତୀୟ ୱିକେଟ୍ ପାଇଁ ୮୪ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ବିଜୟ ନିକଟତର କରାଇଥିଲେ। ମ୍ୟାକ୍ସୱେଲ୍ ୪୩ ବଲ୍ରେ ୬ ଚୌକା ଓ ୨ ଛକା ସହ ୫୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଶର୍ଟ ୩୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଦୁହିଁଙ୍କୁ ଆଉଟ୍ କରି ଭାରତ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିଥିଲା।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories