ଭୁବନେଶ୍ବର : ଘରେ ପଶି ଜଣେ ଶ୍ରମିକ ନେତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପାରାଦୀପ ଡକ୍ ଏଣ୍ଡ କନଷ୍ଟ୍ରକସନ ସଂଘର ସଂପାଦକ ଜତିକାନ୍ତ ବେହେରାଙ୍କୁ ଆକ୍ରମଣ ହୋଇଛି । ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ୭ରୁ ୮ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ରଡ୍ ଓ ଛୁରିରେ ଆକ୍ରମଣ କରିଥିଲେ । ଏହା ସହ ତାଙ୍କ ପୁଅଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜତିକାନ୍ତଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ତାଙ୍କ ପୁଅ ମଧ୍ୟ ଛୁରାମାଡରେ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି ।
Popular Categories



