www.samajalive.in
Saturday, December 6, 2025
19.1 C
Bhubaneswar

‘ସମାଜ’ କର୍ମଚାରୀଙ୍କୁ ଆକ୍ରମଣ

ବୋଲଗଡ : ଖୋର୍ଦ୍ଧା ଜିଲା ବୋଲଗଡ ଥାନା ଅନ୍ତର୍ଗତ ଜରିପଡା ଗ୍ରାମର ରବୀନ୍ଦ୍ର ମହାରଣା ଓ ତାଙ୍କ ପୁଅ ଅଜୟଙ୍କୁ ବୁଧବାର ଦିନ କେତେକ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଉଭୟ ଗୁରୁତର ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବୋଲଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ରବୀନ୍ଦ୍ର ଭୁବନେଶ୍ବର ‘ସମାଜ’ କାର୍ଯ୍ୟାଳୟର ଜଣେ କର୍ମଚାରୀ ଅଟନ୍ତି।

ସୂଚନା ଅନୁଯାୟୀ, ବୁଧବାର ଦିନ ୧୨ଟା ସମୟରେ ରବୀନ୍ଦ୍ର ଓ ତାଙ୍କ ପୁଅ ଗାଁ ଦାଣ୍ଡରେ ଠିଆ ହୋଇଥିବା ବେଳେ ପୋଡାପାଟଣା ଗ୍ରାମର ଅଗାଧୁ ମଲ୍ଲିକଙ୍କ ଦୁଇ ପୁଅ କାର୍ତ୍ତିକ ଓ ସର୍ବେଶ୍ବର ସେଠାରେ ପହଞ୍ଚି ରବୀନ୍ଦ୍ରଙ୍କ ସହ ଯୁକ୍ତିତର୍କ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଯୁକ୍ତିତର୍କ ଲାଗିଥିବା ବେଳେ ଉଭୟ ଅଭିଯୁକ୍ତ କାର୍ତ୍ତିକ ଓ ସର୍ବେଶ୍ବର କଟୁରୀ ଓ ଭୁଜାଲି ଆଦି ବିଭିନ୍ନ ମାରଣାସ୍ତ୍ରରେ ରବୀନ୍ଦ୍ରଙ୍କ ଉପରେ ହଠାତ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରବୀନ୍ଦ୍ରଙ୍କୁ ତାଙ୍କ ସାନ ପୁଅ ବୋଲଗଡ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ। ଡାକ୍ତରଖାନାରୁ ଆସି ଉଭୟ ବାପା ଓ ପୁଅ ଅପରାହ୍ନ ୩ଟାରେ ବୋଲଗଡ କୁମାରୀ ଛକରେ ବସିଥିବା ବେଳେ ଅଗାଧୁ ମଲ୍ଲିକଙ୍କ ସାନ ପୁଅ ସର୍ବେଶ୍ବର ସେଠାରେ ପହଞ୍ଚି ପୁର୍ନବାର ରବୀନ୍ଦ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ରବୀନ୍ଦ୍ର ଓ ତାଙ୍କ ପୁଅ କ୍ୟାବିନ ପଛ ପଟକୁ ଦୌଡି ପଳାଇଥିଲେ ମଧ୍ୟ ଅଭିଯୁକ୍ତ ସେଠାରେ ପହଞ୍ଚି ଅଜୟ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ପୁଅକୁ ରକ୍ଷା କରିବାକୁ ରବୀନ୍ଦ୍ର ନିଜ ହାତ ଦେଖାଇବାରୁ ଅଭିଯୁକ୍ତ ତାଙ୍କ ହାତକୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ରବୀନ୍ଦ୍ରଙ୍କ ହାତ, କାନ୍ଧ, ଗୋଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି। ଅଭିଯୁକ୍ତମାନେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଆଇନର ଫାଇଦା ହାସଲ ଲକ୍ଷ୍ୟ ନେଇ ଅଭିଯୁକ୍ତଙ୍କ ମା’ ଥାନାରେ ରବୀନ୍ଦ୍ର ଓ ତାଙ୍କ ପୁଅ ବିରୋଧରେ ଏକ ମିଥ୍ୟା ଏତଲା ଦେଇଥିବା ଜଣାପଡିଛି।

- Advertisement -

ରବୀନ୍ଦ୍ରଙ୍କ ନାମରେ ଥିବା ୧୬ଡିସିମିଲି ଜମିକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଗତ କିଛି ମାସ ଧରି ମତାନ୍ତର ରହିଆସିଥିଲା। ବିବାଦୀୟ ଜମିକୁ ରାଜସ୍ବ ଅଦାଲତଙ୍କ ଦ୍ବାରା ରବୀନ୍ଦ୍ରଙ୍କ ନାମରେ ରେକର୍ଡଭୁକ୍ତ କରାଯାଇଛି। କିଛି ମାସ ତଳେ ଉକ୍ତ ଜମିକୁ ରବୀନ୍ଦ୍ରଙ୍କୁ ଦଖଲ ଦେବା ଲାଗି କୋର୍ଟ ବୋଲଗଡ ପୁଲିସକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ, ରବୀନ୍ଦ୍ରଙ୍କୁ ସମ୍ପୃକ୍ତ ଜମି ଦଖଲକୁ ଦେବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିବା ସହ ପୁଲିସକୁ ମଧ୍ୟ ଧମକଚମକ ଦେଇଥିଲେ। ଫଳରେପୁଲିସ ରବୀନ୍ଦ୍ରଙ୍କୁ ଜମିଦଖଲ ନ ଦେଇ ସେଠାରୁ ପଳାଇଥିଲେ।

ଏ ନେଇ ରବୀନ୍ଦ୍ର ଓ ତାଙ୍କ ପରିବାର ପକ୍ଷରୁ ବାରମ୍ବାର ବୋଲଗଡ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ କୋର୍ଟଙ୍କ ଆଦେଶକୁ ଠିକଣା ଭାବେ କାର୍ଯ୍ୟକାରୀ କରି ନଥିଲା। କୌଣସି କାରଣରୁ ପୁଲିସ ଆଜି ଓ କାଲି ଦଖଲ ଦେବା ବୋଲି କହି ଏକ ସୁନ୍ଦର ନାଟକ କରି ଚାଲିଥିଲା। ପୁଲିସର ଭୂମିକା ଅଭିଯୁକ୍ତଙ୍କୁ ଅଧିକ ଉତ୍ସାହୀ କରି ଦେଇଥିଲା। ଯାହାର ପରିଣାମ ସ୍ବରୂପ ଅଭିଯୁକ୍ତମାନେ ଆଜି ଏପରି ବଡଧରଣର ଅପରାଧ ଘଟାଇବାକୁ ସାହସ କରିପାରିଛନ୍ତି ବୋଲି ସମଗ୍ର ଗ୍ରାମରେ ଏକଥା ଆଲୋଚନା ହୋଇଛି। ଉକ୍ତ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରବୀନ୍ଦ୍ରଙ୍କ ପରିବାର ପକ୍ଷରୁ କେନ୍ଦ୍ରାଞ୍ଚଳ ଆଇଜି ଓ ଏସ୍‌ପିଙ୍କ ନିବେଦନ କରାଯାଇଛି। ଏନେଇ ପଚାରିବାରୁ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଲେ ଏହି ମାମଲାର ତଦନ୍ତ କରାଯାଇ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories