ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁରସ୍ଥିତ ମହାନଦୀରେ ଜଣେ ସ୍କୁଲ ପୋଷାକ ପରିଧାନ କରିଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହାନଦୀର ଏକ ପଠା ନିକଟରେ ଲାଗିଥିବା ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଛାତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣିଥିଲେ। ପରେ କଟକ ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଆଧାରରେ ମୃତ ଛାତ୍ରୀଙ୍କ ପରିଚୟ ମିଳିଥିଲା
ମିଳିଥିବା ସୂଚନା ଅନୁଯାଇ ମୃତ ଛାତ୍ରୀଙ୍କ ନାମ କାଜଲ ସାହାଣୀ(୧୪) ଏବଂ ସେ ସମ୍ବଲପୁରସହରର କ୍ଷେତରାଜପୁର ଥାନା ଅଧିନ ଚନ୍ଦନନଗର ଅଞ୍ଚଳର ରାମ ଭଜନ ସାହାଣୀଙ୍କ ଝିଅ ବୋଲି ଜଣାପଡିଛି । ୯ମ ଶ୍ରେଣୀରେ ପାଠ ପଢୁଥିବା କାଜଲ ଶନିବାର ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ କ୍ଷେତରାଜପୁର ଥାନାରେ ଝିଅ ନିଖୋଜ ସମ୍ପର୍କିତ ଏକ ଏତଲା ଦେଇଥିଲେ ।
ସୂଚନା ପାଇ ସମ୍ବଲପୁରରୁ କାଉଲଙ୍କ ବାପା ଓ ଅନ୍ଯ ସମ୍ପର୍କୀୟ ଆଠଗଡ଼ରେ ପହଞ୍ଚି ଝିଅର ମୃତଦେହ ଚିହ୍ନଟ କରିଥିଲେ । ଛାତ୍ରୀ ଜଣକ କୌଣସି କାରଣରୁ ଆତ୍ମହତ୍ୟା ପାଇଁ ମହାନଦୀକୁ ଡେଇଁ ପଡିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ଜନ୍ମିତା ସାସମଲଙ୍କ ପ୍ରକାଶ କରିଛନ୍ତି। ଆଠଗଡ ଥାନାରେ ଏକ ଅପମୃତ୍ୟୁ ମାମଲା କରାଯାଇଛି ଏବଂ ବୁଧବାର ବ୍ୟବଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତରକରାଯିବ ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲି କହିଛନ୍ତି।
Comments are closed.