ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ସରକାରୀ ଜାଗିଆପଡା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଚିନ୍ମୟୀ ଦାଶ ଚଳିତବର୍ଷ ପଠାଣୀ ସାମନ୍ତ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଠଗଡ ବ୍ଲକରେ ୭୨% ନମ୍ବର ସହ ୨ୟ ସ୍ଥାନ ଅଧିକାର କରିଥିବା ଚିନ୍ମୟୀଙ୍କୁ ସ୍କୁଲର ପ୍ରଧାନଶିକ୍ଷକ ମୁରଲୀଧର ସାହୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ପୁରସ୍କୃତ କରି ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସ୍କୁଲର ଶିକ୍ଷକ ବିଭୂତି ଭୂଷଣ ବେହେରା, ହିମାଂଶୁ ଭୂଷଣ ନାୟକ, ହେମନ୍ତ କୁମାର ବିଶ୍ୱାଳ, ବିଭୂତି ଭୂଷଣ ରାଉତ, ମାୟାଧର ଖଟୁଆ, ବିଜୟ କୁମାର ଖଟୁଆ, ଶିକ୍ଷୟିତ୍ରୀ ନିରୁପମା ବେହେରା, ସ୍ନେହଲତା ସ୍ୱାଇଁ, ପ୍ରୀତିରାଣୀ ରାଉତ, ଅଞ୍ଜନା କୁମାରୀ ଦେଇ ଓ ସସ୍ମିତା ମଲ୍ଲିକ ପ୍ରମୁଖ ଏଥିରେ ଉପସ୍ଥିତ ରହି ଚିନ୍ମୟୀଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଏପରି କୃତିତ୍ୱ ହାସଲକ ରିବା ପାଇଁ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି ଆଶା ବ୍ୟକ୍ତ କରିଥିଲେ।
Popular Categories



