www.samajalive.in
Wednesday, December 10, 2025
16.1 C
Bhubaneswar

ଆଠଗଡ ଯୁବ ସାହିତ୍ୟ ସଂସଦ ପକ୍ଷରୁ ପୁରସ୍କାର ବିତରଣ ଉତ୍ସଵ

ଆଠଗଡ : ଆଠଗଡ ଯୁବସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ରବିବାର ସନ୍ଧ୍ୟାରେ ସଭାପତି ଗଣେଶ୍ୱର ନାଏକଙ୍କ ସଭାପତିତ୍ୱରେ ପ୍ରତିଭାଧରଙ୍କୁ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ଓ କୃଷକ ସଶକ୍ତିକରଣ,  ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ କଲେଜରେ ପାଠ ପଢୁଥିବା  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଭାଷା ଓ ସାହିତ୍ୟ କିପରି ଅଧିକ ଆଦୃତ ହୋଇପାରିବ ଏବଂ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ କିପରି ବିକଶିତ କରାଯାଇ ପାରିବ ସେ ଦିଗରେ ଆଠଗଡ ଯୁବ ସାହିତ୍ୟ ସଂସଦର ଏହିପରି ଉଦ୍ୟମ ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ । ଏହି ଲକ୍ଷ୍ୟ ନେଇ ଆୟୋଜିତ ଓଡିଆ ଭାଷାଭିତ୍ତିକ ପ୍ରତିଯୋଗୀତାରେ ଆଠଗଡ ନିର୍ବାଚନମଣ୍ଡଳୀର ୧୮ଟି କଲେଜର ଶତାଧିକ ଛାତ୍ରଛାତ୍ରୀ ଭାଗ ନେବା ଉଲ୍ଲେଖଯୋଗ୍ୟ ବୋଲି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ ।  ଏଥିରେ  ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡଃ ନାରାୟଣ ପଣ୍ଡା ଯୋଗଦେଇ ଯେଉଁ ଜାତି ତାର ମାତୃଭାଷାକୁ ଭଲପାଏ ସେ ଜାତି ସେତିକି ସ୍ୱାଭିମାନୀ ଓ ଉନ୍ନତ ହୋଇଥାଏ ବୋଲି ମତପୋଷଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଡଃ ମନୋରଞ୍ଜନ ମହାନ୍ତି ଯୋଗଦେଇ ଓଡିଆ ଭାଷାସାହିତ୍ୟର ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି  କିଶୋର ଦାସ, ପ୍ରଭାତ ବିଶ୍ବାଳ, ଶ୍ରୁତିଧର ପ୍ରଧାନ,  ସଂସଦର ଉପଦେଷ୍ଟା ଡଃ ଶରତ ଚନ୍ଦ୍ର ମାଝୀ, ସମ୍ପାଦକ ସୁଯ୍ୟ ନାରାୟଣ ବେଉରା,  ନରେଶ ମହାପାତ୍ର, ପୀତବାସ ଦାସଶର୍ମା, ଆବାହକ ନିରାକାର ଲେଙ୍କା, ସହ ସମ୍ପାଦକ ବିକାଶ ଦୁଆରୀ ପ୍ରମୁଖ ଯୋଗଦେଇ ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଯୁବ ସାହିତ୍ୟ ସଂସଦ ଆହୁରି ଆଗକୁ ଯିବାର ଏବଂ ଓଡିଆ ଭାଷା ସାହିତ୍ୟର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ପ୍ରକାଶ କରିଥିଲେ।
ଏହି ପୁରସ୍କାର ଉତ୍ସବରେ  ୧୮ଟି କଲେଜର ପ୍ରାୟ ୧୧୦ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି  ମଧ୍ୟ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରଙ୍କୁ ସୋମବାର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂସଦର ଆବାହକ  ନିରାକାର ଲେଙ୍କାଙ୍କ ସୂତ୍ରରୁ ପ୍ରକାଶ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories