www.samajalive.in
Wednesday, December 10, 2025
18.1 C
Bhubaneswar

ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପୂଜକ ଓ ସଫେଇ କର୍ମଚାରୀ ମାନଙ୍କୁ ସହାୟତା

ଚୌଦ୍ୱାର : ଚାରବାଟିଆ ହାଉସିଂବୋର୍ଡ଼ ଶ୍ରୀ ଜଗନ୍ନାଥ ମାହାପ୍ରଭୁ ଟ୍ରଷ୍ଟ ତରଫରୁ ପୂଜକ ସମାଜ, ସଫେଇ କର୍ମଚାରୀ ଓ କରୋନା ଯୋଦ୍ଧା ମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନ୍‍ସିଲର ତଥା ମନ୍ଦିର ଟ୍ରଷ୍ଟ ବୋଡ଼ ଅଧ୍ୟକ୍ଷ ଶୁଭେନ୍ଦୁ ସାମଲ ଯୋଗଦେଇ ଅଞ୍ଚଳର ବିଭିନ୍ନ ମନ୍ଦିରର ପୂଜକ, କାର୍ଯ୍ୟରତ ସଫେଇ କର୍ମଚାରୀ, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା, ଆଶା କର୍ମୀ, ସ୍ୱଚ୍ଛ ସାଥି , ପରିମଳ କର୍ମୀ ଆଦିଙ୍କୁ ରାସନ୍‍ ସାମଗ୍ରୀ, ଶୁଖିଲା ଖାଦ୍ୟ, ମାସ୍କ ଆଦି ବଣ୍ଟନ କରିଥିଲେ। ଟ୍ରଷ୍ଟର ସଦସ୍ୟ ମୀନକେତନ ପଣ୍ଡା, ପ୍ରକାଶ ଚନ୍ଦ୍ର ବରାଳ, ରଞ୍ଜନ କୁମାର ବାରିକ, ସ୍ୱାଧୀନ ଦାସ, ମାନସ ରଞ୍ଜନ ସାମନ୍ତରାୟ, ତ୍ରୈଲୋକ୍ୟ ଜେନା, ଅଶୋକ ଦାସ, ସଚ୍ଚିଦାନନ୍ଦ ମହାନ୍ତି, ବିଜୟ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories