www.samajalive.in
Saturday, December 6, 2025
26.1 C
Bhubaneswar

ମୁକେଶଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ହେଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ) ୨୦୨୦ରେ ୪୭ ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। କିନ୍ତୁ ଚୀନର ୱାଟର କିଙ୍ଗ କୁହାଯାଉଥିବା ଶିଳ୍ପପତି ଜୋଙ୍ଗ ଶାନ୍‌ଶାନ୍‌ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି।

ଜୋଙ୍ଗ ଶାନଶାନଙ୍କ ମୋଟ ସମ୍ପତ୍ତି ଚଳିତ ବର୍ଷ ୭୦.୯ ବିଲିୟନ ଡଲାରରୁ ବୃଦ୍ଧି ପାଇ ୭୭.୮ ବିଲିୟନ ଡଲାରରେ ପହଞ୍ଚିଛି। ଏହା ଫଳରେ ସେ ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ତଥା ଆଲିବାବା ପ୍ରତିଷ୍ଠାତା ଜ୍ୟାକ୍ ମାଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ଶାନ୍‌ଶାନ୍‌ ପାଣି ବୋତଲ ଏବଂ କରୋନା ଟିକା ପ୍ରସ୍ତୁତ କାରବାରରେ ଜଡ଼ିତ।

- Advertisement -

ଶାନଶାନ୍‌ ଜଣେ ଅରବପତି ହୋଇଥିଲେ ହେଁ ତାଙ୍କ ବିଷୟରେ ଗଣମାଧ୍ୟମରେ କମ୍‌ ଚର୍ଚ୍ଚା ହୁଏ। ସେ ସାମ୍ବାଦିକତାଠାରୁ ଆରମ୍ଭ କରି ଛତୁ ଚାଷ ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ କାମ କରିଛନ୍ତି। ବ୍ଲୁମବର୍ଗ ବିଲିଅନେୟାର୍ସ ଇଣ୍ଡେକ୍ସ ଅନୁସାରେ, ୨୦୨୦ରେ କରୋନା ମହାମାରୀ ଯୋଗୁ ବିଶ୍ଵର ଆର୍ଥିକ ସ୍ଥିତି ଖରାପ ହୋଇଥିବାବେଳେ ଶାନଶାନଙ୍କ ସମ୍ପତ୍ତି ଦ୍ରୁତଗତିରେ ବୃଦ୍ଧି ପାଇଛି। ଏହି କାରଣରୁ ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ପାଲଟିଯାଇଛନ୍ତି।

ଗତ ଏପ୍ରିଲରେ ଶାନଶାନ୍‌ ବିଜିଙ୍ଗ ଭେଣ୍ଟାଇ ବାୟୋଲୋଜିକାଲ ଫାର୍ମାସୀ ଏଣ୍ଟରପ୍ରାଇଜ କମ୍ପାନୀ ଜରିଆରେ କରୋନା ଟିକା ବିକଶିତ କରିଥିଲେ। କିଛି ମାସ ପରେ ତାଙ୍କ ପାଣି ବୋତଲ କମ୍ପାନୀ ନୋଙ୍ଗଫୁ ସ୍ପ୍ରିଙ୍ଗ ହଂକଂରେ ସବୁଠୁ ଲୋକପ୍ରିୟ କମ୍ପାନୀ ହୋଇପାରିଥିଲା। ଏଥିପାଇଁ ତାଙ୍କ ସମ୍ପତ୍ତିରେ ଦ୍ରୁତ ବୃଦ୍ଧି ଘଟିଥିଲା।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories