www.samajalive.in
Wednesday, December 10, 2025
14.1 C
Bhubaneswar

ମୁକେଶଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ହେଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ) ୨୦୨୦ରେ ୪୭ ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। କିନ୍ତୁ ଚୀନର ୱାଟର କିଙ୍ଗ କୁହାଯାଉଥିବା ଶିଳ୍ପପତି ଜୋଙ୍ଗ ଶାନ୍‌ଶାନ୍‌ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି।

ଜୋଙ୍ଗ ଶାନଶାନଙ୍କ ମୋଟ ସମ୍ପତ୍ତି ଚଳିତ ବର୍ଷ ୭୦.୯ ବିଲିୟନ ଡଲାରରୁ ବୃଦ୍ଧି ପାଇ ୭୭.୮ ବିଲିୟନ ଡଲାରରେ ପହଞ୍ଚିଛି। ଏହା ଫଳରେ ସେ ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ତଥା ଆଲିବାବା ପ୍ରତିଷ୍ଠାତା ଜ୍ୟାକ୍ ମାଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ଶାନ୍‌ଶାନ୍‌ ପାଣି ବୋତଲ ଏବଂ କରୋନା ଟିକା ପ୍ରସ୍ତୁତ କାରବାରରେ ଜଡ଼ିତ।

- Advertisement -

ଶାନଶାନ୍‌ ଜଣେ ଅରବପତି ହୋଇଥିଲେ ହେଁ ତାଙ୍କ ବିଷୟରେ ଗଣମାଧ୍ୟମରେ କମ୍‌ ଚର୍ଚ୍ଚା ହୁଏ। ସେ ସାମ୍ବାଦିକତାଠାରୁ ଆରମ୍ଭ କରି ଛତୁ ଚାଷ ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ କାମ କରିଛନ୍ତି। ବ୍ଲୁମବର୍ଗ ବିଲିଅନେୟାର୍ସ ଇଣ୍ଡେକ୍ସ ଅନୁସାରେ, ୨୦୨୦ରେ କରୋନା ମହାମାରୀ ଯୋଗୁ ବିଶ୍ଵର ଆର୍ଥିକ ସ୍ଥିତି ଖରାପ ହୋଇଥିବାବେଳେ ଶାନଶାନଙ୍କ ସମ୍ପତ୍ତି ଦ୍ରୁତଗତିରେ ବୃଦ୍ଧି ପାଇଛି। ଏହି କାରଣରୁ ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ପାଲଟିଯାଇଛନ୍ତି।

ଗତ ଏପ୍ରିଲରେ ଶାନଶାନ୍‌ ବିଜିଙ୍ଗ ଭେଣ୍ଟାଇ ବାୟୋଲୋଜିକାଲ ଫାର୍ମାସୀ ଏଣ୍ଟରପ୍ରାଇଜ କମ୍ପାନୀ ଜରିଆରେ କରୋନା ଟିକା ବିକଶିତ କରିଥିଲେ। କିଛି ମାସ ପରେ ତାଙ୍କ ପାଣି ବୋତଲ କମ୍ପାନୀ ନୋଙ୍ଗଫୁ ସ୍ପ୍ରିଙ୍ଗ ହଂକଂରେ ସବୁଠୁ ଲୋକପ୍ରିୟ କମ୍ପାନୀ ହୋଇପାରିଥିଲା। ଏଥିପାଇଁ ତାଙ୍କ ସମ୍ପତ୍ତିରେ ଦ୍ରୁତ ବୃଦ୍ଧି ଘଟିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories