Patra electronics

ଆଜି ଭାରତ-ହଂକଂ ଏସିଆ କପ୍‌ ମୁକାବିଲା

ଦୁବାଇ: ଚଳିତ ଏସିଆ କପ୍‌ରେ ତା’ର ସବୁଠାରୁ ସହଜ ମୁକାବିଲା ବୁଧବାର ଖେଳିବାକୁ ଯାଉଛି ଭାରତ। ଏହାରେ ଦୁର୍ବଳ ଦଳ ହଂକଂ ବିପକ୍ଷରେ ଭାରତ ଗ୍ରୁପ୍‌ ‘ଏ’ରେ ତା’ର ୨ୟ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବ। ଏସିଆ କପ୍‌ ଆରମ୍ଭ ପୂର୍ବରୁ ୪ଟି ଦଳଙ୍କୁ ନେଇ ଆୟୋଜିତ ଯୋଗ୍ୟତା ପର୍ଯାୟ ଟୁର୍ଣ୍ଣାମେଣ୍ଟରେ ବାକି ୩ଟି ଦଳକୁ ପରାସ୍ତ କରି ଶୀର୍ଷରେ ରହିବା ସହ ହଂକଂ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ହଂକଂର ବୋଲର କିପରି ବୋଲିଂକରିବେ; ତାହା ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ରହସ୍ୟ ହୋଇ ରହିଛି। ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ବିଶ୍ବକପ୍‌ ପୂର୍ବରୁ ଦଳରେ ପରୀକ୍ଷା ନିରୀକ୍ଷା ଜାରିରହିବ। ତେଣୁ ବୁଧବାର ହଂକଂ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଅର୍ଡରରେ ଯେ ପରିବର୍ତ୍ତନ ନ ହେବ; ତାହା କହିବା କଷ୍ଟକର। ପୁଣି ଏହି ମ୍ୟାଚ୍‌ରେ ଭାରତ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିବାର ପ୍ରୟାସ କରିବ ଏବଂ ଜାଣିବାକୁ ଚାହିଁବ ଯେ ଏପରି କରିବାରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍ କେତେ ସଫଳ ହେଉଛନ୍ତି।

Comments are closed.