www.samajalive.in
Monday, December 8, 2025
14.1 C
Bhubaneswar

ପାକିସ୍ତାନ ଧରାଶାୟୀ

କଲମ୍ବୋ : ଏସିଆ କପ୍‌ର ସୁପର-୪ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ବିପୁଳ ବିଜୟ ହାସଲ କରିଛି ଭାରତ। ସୋମବାର ଅତିରିକ୍ତ ଦିବସରେ ପାକିସ୍ତାନକୁ ୨୨୮ ରନ୍‌ର ବଡ଼ ବ୍ୟବଧାନରେ ଭାରତ ପରାସ୍ତ କରିଛି। ମ୍ୟାଚ୍‌ରେ ଭାରତୀୟ ଦଳ ସମସ୍ତ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଏହି ସହଜ ବିଜୟ ହାସଲ କରିଛି। ମ୍ୟାଚ୍‌ର ୨ୟ ତଥା ଅତିରିକ୍ତ ଦିବସରେ ବିରାଟ କୋହଲି ଓ କେ.ଏଲ୍‌. ରାହୁଲ ଅପରାଜିତ ଶତକ ହାସଲ କରିବାରୁ ଭାରତ ୨ ୱିକେଟରେ ୩୫୬ ରନ୍‌ର ସ୍କୋର୍‌ ଛିଡ଼ା କରିଥିଲା। ଏହି ବିଶାଳ ସ୍କୋର୍‌ର ପିଛାକରି ପାକିସ୍ତାନର ବ୍ୟାଟ୍‌ସମ୍ୟାନ୍ ଛତ୍ରଭଙ୍ଗ ଦେଇଥିଲେ। କୁଲଦୀପ ଯାଦବ ପାକିସ୍ତାନୀଙ୍କୁ ସ୍ପିନ୍ ଜାଲରେ ଛନ୍ଦି ୫ଟି ୱିକେଟ ନେଇଥିଲେ। ଭାରତୀୟ ବୋଲର ନିୟମିତ ୱିକେଟ ନେଇ ପାକିସ୍ତାନ ଉପରେ ଚାପ ବଜାୟ ରଖିଥିଲେ। ୩୨ ଓଭରରେ ପାକିସ୍ତାନର ଇନିଂସ ୧୨୮ ରନ୍‌ରେ ଶେଷ ହୋଇଥିଲା। ଆହତ ଥିବା ପାକିସ୍ତାନର ଶେଷ ୨ ବ୍ୟାଟ୍‌ସମ୍ୟାନ୍ ହାରିସ୍ ରୌଫ୍‌ ଓ ନସିମ୍ ଶାହା ବ୍ୟାଟିଂ କରିବାକୁ ଆସିନଥିଲେ।
ପାକିସ୍ତାନ ୩୫୭ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିବା ପରେ ଏହାର ଓପ୍‌ନର ଧିମା ବ୍ୟାଟିଂ କରିଥିଲେ। ଇମାମ୍-ଉଲ୍‌-ହକ୍‌ ୧୮ ବଲ୍‌ରୁ ମାତ୍ର ୯ ରନ୍‌କରି ଯଶପ୍ରୀତ ବୁମ୍‌ରାଙ୍କ ପ୍ରଥମ ଶିକାର ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ତାଙ୍କ ପ୍ରଥମ ଓଭରରେ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ। ବାବର ୨ଟି ଚୌକା ସହ ୧୦ ରନ୍‌ କରି ପାରିଥିଲେ। ସାର୍ଦୁଳ ଠାକୁର ମଧ୍ୟ ତାଙ୍କ ପ୍ରଥମ ଓଭର​‌େ​‌ର ୱିକେଟ ପାଇଥିଲେ। ମହମ୍ମଦ ରିଜ୍‌ୱାନ ୨ ରନ୍‌କରି ଠାକୁରଙ୍କ ଶିକାର ପାଲଟିଥିଲେ। ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ୍ ଭାବେ ପରିଚିତ ଫଖର ଜମାନ୍ ଦୟନୀୟ ବ୍ୟାଟିଂକରି ୨୦ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୫୦ ବଲ୍‌ରୁ ୨ଟି ଚୌକା ସହ ମାତ୍ର ୨୭ ରନ୍‌ କରି ପାରିଥିଲେ। ଆଗା ସଲ୍‌ମାନ ୩୨ ବଲ୍‌ରୁ ୨ଟି ଚୌକା ସହ ୨୩ ରନ୍‌ କରିଥିଲେ। ୯୬ ରନ୍‌ରେ ପାକିସ୍ତାନ ୫ଟି ୱିକେଟ ହରାଇବା ପରେ ମ୍ୟାଚ୍‌କୁ ଫେରିବା କଷ୍ଟକର ହୋଇ ଯାଇଥିଲା। ଇଫ୍‌ତିକାର ଅହମ୍ମଦ ୩୫ ବଲ୍‌ରୁ ୨୩ ରନ୍‌ କରିଥିଲେ। ସଦ୍ଦାବ ଖାଁ ୬ ଓ ଫହିମ୍ ଅସ୍ରଫ୍ ୪ ରନ୍‌ କରିଥିଲେ। କୁଲଦୀପ ଯାଦବ ମାତ୍ର ୨୫ ରନ୍‌ଦେଇ ୫ଟି ୱିକେଟ ନେଇଥିଲେ।
ରବିବାର ପ୍ରଥମ ଓଭରରେ ଏହି ମ୍ୟାଚ୍‌ରେ ଭାରତୀୟ ଇନିଂସରେ ୨୪.୧ ଓଭର ଖେଳ ସମ୍ଭବ ହୋଇଥିଲା। ଭାରତ ୨୪.୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ୍‌ କରି ପାରିଥିଲା। ପାକିସ୍ତାନ ଫିଲ୍‌ଡିଂ ନେବା ପରେ ଭାରତୀୟ ଓପ୍‌ନିଂ ଯୋଡ଼ି ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ୧୨୧ ରନ୍‌ର ଭାଗିଦାରୀ କରିଥିଲେ। ରୋହିତ ୪୯ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୫୬ ରନ୍‌ କରିଥିଲେ। ଶୁବ୍‌ମାନ ଗିଲ୍‌ ୫୨ ବଲ୍‌ରୁ ୧୦ଟି ଚୌକା ସହ ୫୮ ରନ୍‌ କରିଥିଲେ। ମ୍ୟାଚ୍‌ ବନ୍ଦହେବା ବେଳକୁ ବିରାଟ କୋହଲି ଓ କେ.ଏଲ୍‌. ରାହୁଲ ଅପରାଜିତ ରହିଥିଲେ। ସୋମବାର ଅତିରିକ୍ତ ଦିବସରେ ଭାରତ ବାକି ୨୫.୫ ଓଭରରେ ଗୋଟିଏ ମଧ୍ୟ ୱିକେଟ ହରାଇନଥିଲା। ବିରାଟ କୋହଲି ଓ କେ.ଏଲ୍‌. ରାହୁଲ ଚମତ୍କାର ବ୍ୟାଟିଂ କରିଥିଲେ। ପାକିସ୍ତାନର ଫାଷ୍ଟବୋଲର ହାରିସ୍ ରୌଫ୍‌ ଆହତହୋଇ ସୋମବାର ପଡ଼ିଆକୁ ନ ଓହ୍ଲାଇବା ଭାରତକୁ ସୁହାଇଥିଲା। ୫ ମାସ ପରେ କ୍ରିକେଟ୍‌କୁ ଫେରିଥିବା କେ.ଏଲ୍‌. ରାହୁଲ ୬୦ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ପାକିସ୍ତାନର ୬ଷ୍ଠ ବୋଲର ଇଫ୍‌ତିକାର ଅହମ୍ମଦଙ୍କୁ ରାହୁଲ ଓ କୋହଲି ଆକ୍ରମଣ କରିଥିଲେ। ୫୫ ବଲ୍‌ରୁ କୋହଲି ୬୬ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ପୂରଣ ପରେ କୋହଲି ଗିଅର୍ ବଦଳାଇ ଆକ୍ରମଣ କରିଥିଲେ। ଫଳରେ ପରବର୍ତ୍ତୀ ୩୯ ବଲ୍‌ରୁ କୋହଲି ୭୨ ରନ୍‌ ସ୍କୋର୍‌ କରିଥିଲେ। ୬ଷ୍ଠ ଦିନିକିଆ ଶତକ ହାସଲ କରିଥିବା ରାହୁଲ ୧୦୬ ବଲ୍‌ରୁ ୨ଟି ଛକା ଓ ୧୨ଟି ଚୌକା ସହ ୧୧୧ ରନ୍‌କରି ଅପରାଜିତ ଥିଲେ। ୪୭ତମ ଦିନିକିଆ ଶତକ ହାସଲ କରିଥିବା ବିରାଟ କୋହଲି ୯୪ ବଲ୍‌ରୁ ୩ଟି ଛକା ଓ ୯ଟି ଚୌକା ସହ ୧୨୨ ରନ୍‌କରି ଅପରାଜିତ ଥିଲେ। ଏହି ଇନିଂସରେ ବିଶ୍ବର ଦ୍ରୁତତମ ବ୍ୟାଟ୍‌ସମ୍ୟାନ ଭାବେ କୋହଲି ୧୩୦୦୦ ରନ୍‌ ପୂରଣ କରିଥିଲେ। କୋହଲି ଓ ରାହୁଲ ଅବିଭାଜିତ ୩ୟ ୱିକେଟ ପାଇଁ ୨୩୩ ରନ୍‌ ଯୋଡ଼ି ଦଳର ବିଶାଳ ସ୍କୋର୍ ନିଶ୍ଚିତ କରିଥିଲେ। ରାହୁଲ ଓ କୋହଲି ଶେଷ ୭ ଓଭରରୁ ୯୨ ରନ୍‌ ଯୋଡ଼ିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories