www.samajalive.in
Friday, December 5, 2025
27.1 C
Bhubaneswar

ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଏସିଆ କପ୍‌ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଜିତ ଆଗରକର ନେତୃତ୍ବାଧୀନ କମିଟି ଘୋଷଣା କରିଥିବା ଖେଳାଳି ତାଲିକାରେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଦଳରେ ଶୁଭମନ ଗିଲ୍‌ଙ୍କୁ ସାମିଲ କରାଯାଇଛି। କେବଳ ଏତିକି ନୁହେଁ; ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଗିଲ୍‌ଙ୍କୁ ଉପଅଧିନାୟକ ଘୋଷଣା କରାଯାଇଛି। ଏପରି କରି ମନୋନୟନ କମିଟି ସୂଚନା ଦେଇଛି ଯେ ଆସନ୍ତାବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଏବେଠାରୁ ଦଳ ଗଠନର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗକୁ ଶୁଭମନ ଗିଲ୍‌ ଭାରତୀୟ ଟ୍ବେଣ୍ଟି୨୦ ଦଳର ନେତୃତ୍ବ ନେଇପାରନ୍ତି ବୋଲି ସ୍ପଷ୍ଟ ହୋଇଛି। ଉପଅଧିନାୟକ ଭାବେ ଅକ୍ଷର ପଟେଲଙ୍କ ସ୍ଥାନ ନେଇଛନ୍ତି ୨୫ ବର୍ଷ ବୟସ୍କ ଗିଲ୍‌। ଗତ ଆଇପିଏଲ୍‌ରେ ଶୁଭମନ ଗିଲ୍‌ ଗୁଜରାଟ ଟାଇଟାନ୍‌ସ ପାଇଁ ୬୫୦ ଏବଂ ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ୭୫୪ ରନ୍‌ କରିଥିଲେ।

ମୁମ୍ବଇରେ ମନୋନୟନ କମିଟିର ବୈଠକ ପରେ ଦଳ ଘୋଷଣାକରି ଅଜିତ ଆଗରକର କହିଛନ୍ତି, ଶୁଭମନ ଗିଲ୍‌ଙ୍କଠାରେ ଆମେ ନେତୃତ୍ବ ନେବାର ଗୁଣ ଦେଖୁଛୁ। ଇଂଲଣ୍ଡରେ ତାଙ୍କ ପ୍ରଦର୍ଶନ ଆମ ଆଶାଠାରୁ ଅଧିକ ଥିଲା। ଅଧିନାୟକ ସୂର୍ଯ୍ୟକୁମାରଙ୍କ ଉପରେ ନେତୃତ୍ବର ଚାପକୁ ଗିଲ୍‌ କମ୍‌ କରିପାରିବେ। ଗତବର୍ଷ ଜୁଲାଇରେ ଗିଲ୍‌ ଭାରତ ପାଇଁ ଶେଷ ଟି୨୦ ଖେଳିଥିଲେ। ଓପ୍‌ନିଂ ଯୋଡ଼ି ଭାବେ ଗତ ବ​‌େ​‌ର୍ଷ ହେଲା ଖେଳିଥିବା ଅଭିଷେକ ଶର୍ମା ଓ ପ୍ରଥମ ପସନ୍ଦର ୱିକେଟ୍‌ ରକ୍ଷକ ସଞ୍ଜୁ ସାମ୍‌ସନଙ୍କୁ ରଖାଯାଇଛି। ଉପଅଧିନାୟକ ଭାବେ ଗିଲ୍‌ଙ୍କ ଖେଳିବା ନିଶ୍ଚିତ ହୋଇଥିବା ବେଳେ ସେ ଓପନ୍‌ କରିବା ସମ୍ଭାବନା ଅଧିକ। ଯଦି ଅଭିଷେକ ଶର୍ମା ଓ ଗିଲ୍‌ ଓପନ୍‌ କରନ୍ତି; ତେବେ ଜିତେଶ ଶର୍ମା ପ୍ରଥମ ପସନ୍ଦର ୱିକେଟ୍‌ ରକ୍ଷକ ହୋଇ ମଧ୍ୟକ୍ରମରେ ଖେଳିବେ। ମଧ୍ୟକ୍ରମ ବ୍ୟାଟିଂ‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ତିଳକ ବର୍ମା, ସୂର୍ଯ୍ୟକୁମାର ଓ ରିଙ୍କୁ ସିଂହ ସ୍ଥାନ ବଜାୟ ରଖିଛନ୍ତି। ଅତିରିକ୍ତ ବ୍ୟାଟ୍‌ସମ୍ୟାନ ଭାବେ ମନୋନୟନକାରୀ ରିଙ୍କୁ ସିଂହଙ୍କୁ ନେଇଥିବାରୁ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ବାଦ୍‌ ପଡ଼ିଛନ୍ତି। ଅଲ୍‌ରାଉଣ୍ଡର ଭାବେ ଅକ୍ଷର ପଟେଲ, ହାର୍ଦିକ ପାଣ୍ଡ୍ୟା ଓ ଶିବମ୍ ଦୁବେ ଦଳରେ ରହିଛନ୍ତି। ଦୁଇ ବିଶେଷଜ୍ଞ ସ୍ପିନର ଭାବେ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଅଛନ୍ତି। ଏସିଆ କପ୍‌ ଖେଳିବାକୁ ଇଚ୍ଛା ପ୍ରକାଶ କରିବା ପରେ ଯଶପ୍ରୀତ ବୁମ୍‌ରାଙ୍କୁ ଦଳ​ରେ ସ୍ଥାନ ମିଳିଛି। ତାଙ୍କ ସହ ବିଶେଷଜ୍ଞ ପେସ୍‌ ବୋଲର ଭାବେ ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ରହିଛନ୍ତି। ଫଳ‌େର ଗତ ଆଇପିଏଲ୍‌ରେ ୨୫ଟି ୱିକେଟ୍‌ ନେଇଥିବା ପ୍ରସିଦ୍ଧ କୃଷ୍ଣ ନିରାଶ ହୋଇଛନ୍ତି।

- Advertisement -

ଆକ୍ରମଣାତ୍ମକ ଓପ୍‌ନର ଯଶସ୍ବୀ ଜୟସୱାଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ। ତାଙ୍କ ବିଷୟରେ ଅଜିତ ଆଗରକର କହିଥିଲେ, ଯଶସ୍ବୀ ଦଳରେ ନ ରହିବା ତାଙ୍କର ଦୁର୍ଭାଗ୍ୟ। ବର୍ଷାଧିକ କାଳ ଅଭିଷେକ ଶର୍ମା ଭଲ ପ୍ରଦର୍ଶନ କରି ଏବେ ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ। ଏହାସହ ଅଭିଷେକ ବୋଲିଂ ମଧ୍ୟ କରିପାରିବେ। ସୁଯୋଗ ପାଇବା ପାଇଁ ଯଶସ୍ବୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ପୁଣି ଆଇପିଏଲ୍‌ରେ ୬୦୪ ରନ୍‌ କରିଥିବା ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିନାହିଁ। ତାଙ୍କ ବିଷୟରେ ଆଗରକର କହିଛନ୍ତି, କାହା ସ୍ଥାନରେ ଶ୍ରେୟସ ଖେଳିବେ? ଏହା ତାଙ୍କର କିମ୍ବା ଆମର ଭୁଲ୍‌ ନୁହେଁ। ଆମକୁ ୧୫ ଜଣଙ୍କୁ ବାଛିବାର ଥିଲା। ଶ୍ରେୟସଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ପୂର୍ବରୁ ଟ୍ବେଣ୍ଟି୨୦ ଖେଳିଥିବା ବ୍ୟାଟ୍‌ସମ୍ୟାନ୍ ରିୟାନ ପରାଗ ଓ ୱିକେଟ୍‌ ରକ୍ଷକ ଧ୍ରୁବ ଜୁରେଲ ମଧ୍ୟ ଦଳରେ ନାହାନ୍ତି। ଯଶସ୍ବୀଙ୍କ ସହ ପରାଗ, ପ୍ରସିଦ୍ଧ, ସୁନ୍ଦର ଓ ଜୁରେଲଙ୍କୁ ଷ୍ଟାଣ୍ଡବାଇ ଭାବେ ରଖାଯାଇଛି। ସେପ୍ଟେମ୍ବର ୯ରୁ ୟୁଏଇ​‌େ​‌ର ଏସିଆ କପ୍‌ ଆରମ୍ଭ ହେଉଥିବା ବେଳେ ୧୦ରେ ୟୁଏଇ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ। ୧୪ରେ ପାକିସ୍ତାନ ବିପକ୍ଷ​‌େ​‌ର ଭାରତ ଖେଳିବ।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories