ଜୟପୁର : ଚଳିତ ବର୍ଷ ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ପ୍ରତିନିଧିତ୍ବ କରୁଥିବା ଅଷ୍ଟ୍ରେଲିଆର ମଧ୍ୟକ୍ରମ ବ୍ୟାଟସମ୍ୟାନ ଆଷ୍ଟନ ଟର୍ଣ୍ଣର ଟ୍ବେଣ୍ଟି-୨୦ ଫର୍ମାଟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚରେ ଟର୍ଣ୍ଣର କୌଣସି ରନ କରିବା ପୂର୍ବରୁ ଈଶାନ୍ତ ଶର୍ମାଙ୍କ ବଲରେ ଆଉଟ ହୋଇଥିଲେ। ଏଥରକୁ ମିଶାଇ ଟର୍ଣ୍ଣର ବିଗତ ପାଞ୍ଚଟି ଟ୍ବେଣ୍ଟି୨୦ ମ୍ୟାଚରେ ଶୂନ୍ୟ ରନରେ ଆଉଟ ହୋଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଟର୍ଣ୍ଣରଙ୍କ ଏଭଳି ବ୍ୟାଟିଂ ବିଫଳତା ଚଳିତବର୍ଷ ଫେବୃୟାରୀ ୯ରୁ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆରେ ପର୍ଥ ସ୍କର୍ଚର୍ସ ପକ୍ଷରୁ ବିଗ୍ ବାସ୍ ଟ୍ବେଣ୍ଟି-୨୦ ଲିଗ୍ ଖେଳୁଥିବାବେଳେ ଟର୍ଣ୍ଣର ଶୂନ୍ୟ ରନରେ ଆଉଟ ହୋଇଥିଲେ। ଏହାପରେ ଭାରତ ବିପକ୍ଷରେ ବିଶାଖାପାଟଣାରେ ଟ୍ବେଣ୍ଟି୨୦ ଖେଳୁଥିବାବେଳେ ମଧ୍ୟ ଶୂନ୍ୟ ରନରେ ଆଉଟ ହୋଇଥିଲେ। ଆଇପିଏଲରେ ମଧ୍ୟ ଟର୍ଣ୍ଣରଙ୍କ ଏହି ଧାରା ଅବ୍ୟାହତ ରହିଥିଲା। ପ୍ରଥମେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ପରେ ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଟର୍ଣ୍ଣର ଖାତା ଖୋଲିପାରିନଥିଲେ। ଅପରପକ୍ଷରେ ଆଇପିଏଲରେ କ୍ରମାଗତ ତିନିଥର ଶୂନ୍ୟ ରନରେ ଆଉଟ ହେବାରେ ଟର୍ଣ୍ଣର ହେଉଛନ୍ତିି ଷଷ୍ଠ ଖେଳାଳି।
Popular Categories



