www.samajalive.in
Wednesday, December 10, 2025
26.1 C
Bhubaneswar

ଆଶୀର୍ବାଦ ବେହେରା ଗିରଫ

କଟକ: ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ଗୁରୁବାର ଭୋର ସମୟରୁ ସିବିଆଇର ଏକ ଟିମ୍‌ ଆଶୀର୍ବାଦଙ୍କ ବାସଭବନରେ ଚଢ଼ାଉ କରିଥିଲା। ପୂର୍ବରୁ ସିବିଆଇ ପକ୍ଷରୁ ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତ ବେଳେ ଆଶୀର୍ବାଦଙ୍କ ଲିଙ୍କ୍‌ ନେଇ ସୁରାକ ମିଳିଥିଲା। ଏହା ପରେ ସିବିଆଇ ମାମଲା ରୁଜୁ କରିବା ସହିତ ସ୍ବତନ୍ତ୍ର କୋର୍ଟରେ ଆଶୀର୍ବାଦଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହା ପରଠାରୁ ଆଶୀର୍ବାଦ ସିବିଆଇର ସ୍କାନରରେ ରହି ଆସିଥିଲେ। ଶନିବାର ଭୋରୁ ସିବିଆଇ ଆଶୀର୍ବାଦଙ୍କ ଘରେ ଚଢ଼ାଉ କରିବା ସହିତ କୋର୍ଟ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରିଛି। ତାଙ୍କ ସହିତ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି।

ଅନ୍ୟପଟେ ଆଶୀର୍ବାଦଙ୍କ ଗିରଫଦାରିକୁ ନେଇ ତାଙ୍କ ପୁଅ ସଞ୍ଜୟ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାଙ୍କ ବାପାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛନ୍ତି। ଆଗକୁ ଓସିଏ ନିର୍ବାଚନ ଥିବାରୁ ଚାପ ପକାଇବା ଲାଗି ତାଙ୍କୁ ଗିରଫ କରାଯାଇଥିବା ସଞ୍ଜୟ କହିଛନ୍ତି। ଯେଉଁମାନେ ଆଶୀର୍ବାଦଙ୍କ ସହଯୋଗୀ ଥିଲେ ସେମାନେ ଷଡ଼ଯନ୍ତ୍ରକାରୀ ବୋଲି ସଞ୍ଜୟ ଅଭିଯୋଗ କରିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories