www.samajalive.in
Saturday, December 6, 2025
26.1 C
Bhubaneswar

ଶପଥ ନେଲେ କେଜରିୱାଲ : ୩ଥର ପାଇଁ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :  ଆମ୍‍ ଆଦ୍‍ମୀ ପାର୍ଟିର ଆବାହକ ଅରବିନ୍ଦ କେଜରିୱାଲ ରବିବାର ତୃତୀୟଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ଓ ତାଙ୍କ ମନ୍ତ୍ରୀପରିଷଦର ୬ ଜଣ ସଦସ୍ୟଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରାୟ ଅପରାହ୍ନ ୧୨ଟା ୧୫ ମିନିଟରେ ଶ୍ରୀ କେଜରିୱାଲ ଶପଥ ଗ୍ରହଣ କରିଥିଲେ।

ଗତ ସରକାରରେ ମନ୍ତ୍ରୀ ଥିବା ସମସ୍ତଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ଶ୍ରୀ କେଜରିୱାଲ ସାମିଲ କରିଛନ୍ତି। ମନୀଷ ସିଶୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, ରାଜେନ୍ଦ୍ର ପାଲ ଗୌତମ, ଇମ୍ରାନ ହୁସେନ ଏବଂ କୈଳାସ ଗେହଲଟ ଆଜି ମନ୍ତ୍ରୀ ଭାବେ ଶପଥ  ନେଇଛନ୍ତି। ରାମଲୀଲା ମୈଦାନରେ ବିଶାଳ ଜନସମାବେଶରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପରେ ସେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ସମଗ୍ର ଦିଲ୍ଲୀ ତାଙ୍କର ପରିବାର ବୋଲି କହିଛନ୍ତି। 

- Advertisement -

ସୂଚନାଯୋଗ୍ୟ, ପ୍ରଥମଥର କେଜରିୱାଲ ମାତ୍ର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦ୍ୱିତୀୟଥର ପାଇଁ ସେ ପୂର୍ଣ୍ଣ ପାଞ୍ଚବର୍ଷ କ୍ଷମତାରେ ରହିଥିଲେ। ଏଥର ନିର୍ବାଚନରେ ତାଙ୍କ ନେତୃତ୍ୱରେ ପରିଚାଳିତ ଆମ୍ଆଦ୍ମୀ ପାର୍ଟି ଚମତ୍କାର ଫଳାଫଳ ପ୍ରଦର୍ଶନ କରି ମୋଟ୍୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଛି

ଏଥିପାଇଁ ଦିଲ୍ଲୀ ପୁଲିସ୍ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ୩୦୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ସକାଳ ୮ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଯାତାୟତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି କାର ପାର୍କିଂ ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ସେହିପରି ରାମଲୀଲା ମୈଦାନକୁ ସଂଯୋଗ କରୁଥିବା ସବୁ ରାସ୍ତା ଉପରେ ସିସି ଟିଭି କ୍ୟାମେରା ଜରିଆରେ ନଜର ରଖାଯିବ

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories