ଇଡ଼ିର ଜାଲରେ ଫସିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଫେବୃଆରୀ ୧୭ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ । ବାରମ୍ବାର କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଇଡ଼ି ନୋଟିସ୍ କରିଥିଲେ ମଧ୍ୟ ସେ ହାଜର ହୋଇନାହାଁନ୍ତି । ୫ଥର ସମନ କରିଥିଲା ଇଡ଼ି, କିନ୍ତୁ ଏହାକୁ ବେଆଇନ ଦର୍ଶାଇ ନୋଟିସକୁ ଅଣଦେଖା କରି ଇଡ଼ିରେ ହାଜର ହୋଇନାହାଁନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହି ମାମଲାରେ ଇଡ଼ି କୋର୍ଟ ଯାଇଥିବାରୁ କେଜ୍ରିୱାଲଙ୍କୁ କୋର୍ଟରୁ ନୋଟିସ୍ ଜାରି କରାଯାଇଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍ କରି ଫେବୃଆରୀ ୧୭ ସୁଦ୍ଧା ହାଜର ହେବାକୁ କହିଛନ୍ତି ।
Comments are closed.