ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସିବିଆଇ ଜାଞ୍ଚ ଉପରେ ରାଜ୍ୟରେ ପ୍ରତିବନ୍ଧକ ଲଗାଇବା ପ୍ରସଙ୍ଗରେ ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ତୀବ୍ର ସମାଲୋଚାନ କରିଛନ୍ତି। ଯେଉଁମାନଙ୍କ ପାଖରେ ଲୁଚାଇବାକୁ ବହୁତ କିଛି ଥାଏ, ସେହିମାନେ ସିବିଆଇ ଉପରେ ପ୍ରତିବନ୍ଧକ ଲଗାନ୍ତି ବୋଲି ଶ୍ରୀ ଜେଲଟୀ ଅଭିଯୋଗ କରିଛନ୍ତି। ସେମାନେ ଡରୁଛନ୍ତି କାଳେ ସିବିଆଇ ତାଙ୍କ ରାଜ୍ୟରେ ପ୍ରବେଶ କରି ତାଙ୍କ ଦୁର୍ନୀତିର ପର୍ଦାଫାସ କରିଦେଉ ବୋଲି ଜେଟଲୀ ପାଲଟା ଅଭିଯୋଗ କରିଛନ୍ତି। ଏଭଳି କୌଣସି ରାଜ୍ୟ ନାହିଁ ଯେଉଁଠି ଭ୍ରଷ୍ଟାଚାର ହେଉ ନାହିଁ। ଏଭଳି ପରିସ୍ଥିତିରେ ସିବିଆଇକୁ ରୋକିବାର ଅର୍ଥ ଦୁର୍ନୀତିକୁ ସୁରକ୍ଷା ଦେବା ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି।
Popular Categories



