ନୀଳଗିରି : କୁଳଡିହା ଅଭୟାରଣ୍ୟ ରେଞ୍ଜ ଭାଲିଆପୋଷି ଗ୍ରାମରୁ ହରିଣ ଚମଡା ଓ ଶିଙ୍ଘ ଜବତ କରାଯାଇଛି। ଏହାସହ ଘଟଣାରେ ସଂପୃକ୍ତ ଦୁଇ ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଶିକାରୀ ହେଉଛନ୍ତି ଲେବେ ମୁର୍ମୁ ଓ ପଣ୍ଡା ମାର୍ଣ୍ଡି। ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଛି। ଶିକାରୀମାନଙ୍କ ଘର ମୟୂରଭଞ୍ଜ ଜିଲା କପ୍ତିପଦା ଥାନା କେନ୍ଦୁଘାଟି ଅଞ୍ଚଳରେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭୋରରୁ କୁଲଡିହା ରେଞ୍ଜର ଲକ୍ଷ୍ମଣ ପ୍ରଧାନ ୨୦ଜଣ ବନ କର୍ମଚାରୀଙ୍କ ସହ ଶିକାରୀଙ୍କ ଘର ଘେରାଉ କରିଥିଲେ। ଉଭୟ ଶିକାରୀ କିଛି ଦିନ ପୂର୍ବରୁ ମୟୂରଭଞ୍ଜରୁ ଆସି ଜଙ୍ଗଲରେ ଅସ୍ଥାୟୀ ଘର କରି ରହୁଥିଲେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ହରିଣ ଶିଙ୍ଘ ଓ ଚମଡା ସହ ଦୁଇ ଗିରଫ
Popular Categories