www.samajalive.in
Saturday, December 6, 2025
26.1 C
Bhubaneswar

ଦୀର୍ଘ ଦିନର ବ୍ରେକ୍‌ ପରେ ଫେରୁଛନ୍ତି ଅରିନ୍ଦମ୍‌; ଦଶହରାରେ ଦର୍ଶକଙ୍କୁ ଭେଟିଦେବେ ‘ରାମ୍‌’

ଭୁବନେଶ୍ବର: ଦୀର୍ଘ ବର୍ଷର ନୀରବତା ପରେ ଏକ ଜବରଦସ୍ତ ନୂଆ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ ପରଦାକୁ ଫେରୁଛନ୍ତି ଓଲିଉଡ଼ ଅଭିନେତା ଅରିନ୍ଦମ ରୟ। ଅରିନ୍ଦମଙ୍କୁ ଶେଷ ଥର ପାଇଁ ‘ବାବୁ ଭାଇଜାନ୍’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା, ଯାହା ୨୦୨୦ରେ ମୁକ୍ତିଲାଭ କରିଥିଲା। ଦୀର୍ଘ ଦୀନ ପରେ ନୂଆ ଲୁକ୍ ଓ ନୂଆ କାହାଣୀ ସହ ସେ ଓଲିଉଡ଼ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଯାଉଥିବା ବେଳେ ପ୍ରଶଂସକ ମହଲରେ ଆନନ୍ଦ ଖେଳିଯାଇଛି । ତେବେ ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ରର ନିକଟରେ ଶୁଭ ମହୁରତ ହୋଇଥିଲା। ମହୁରତ ପରଠାରୁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି ଅରିନ୍ଦମଙ୍କ ଏହି ଫିଲ୍ମ। ତେବେ ଚଳଚ୍ଚିତ୍ରର ନାଁକୁ ନେଇ ଦର୍ଶକଙ୍କ ମନରେ ବେଶ୍ ଉତ୍ସାହ ଥିଲା। ଆଉ ଆଜି ଅପେକ୍ଷାର ଅନ୍ତ ଘଟାଇ ଭୁବନେଶ୍ୱର ପ୍ରେସ୍ କ୍ଲବଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଫିଲ୍ମର ନାଁ ଘୋଷଣା କରାଯାଇଛି। ଚଳଚ୍ଚିତ୍ରର ନାଁ ରହିଛି ‘R.A.M’(ରାମ୍)। ଏହି ‘ରାମ୍’ ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ ତଥା ମେଗାଷ୍ଟାର ଅରିନ୍ଦମ୍, ଅଭିନେତ୍ରୀ ରୂପ୍‌ସା, ପିଙ୍କି ପ୍ରଧାନ, ଓଡ଼ିଆ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ବରିଷ୍ଠ କ୍ୟାମେରାମ୍ୟାନ ସୁରେନ୍ଦ୍ର ସାହୁ, ପ୍ରଯୋଜକ ମଣ୍ଟୁ ନାୟକ, ପ୍ରଦ୍ୟୁମ୍ନ ଲେଙ୍କା, ଯୁଗଳ ଦେବତା, ଅତିସ ରାଉତ, ଟୁଟୁ ନାୟକ, ବିନି ସାମଲ, ନିର୍ଦ୍ଦେଶକ ଅଶୋକ ପତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କ ସମେତ ଅନେକ କଳାକାର ଯୋଗ ଦେଇଥିଲେ।

‘ରାମ୍’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଅଶୋକ ପତି ବହନ କରିଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି। ସେହିପରି ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଅସାଦ ନିଜାମ ଓ ଲିଙ୍କନ। ଏଥିସହ କ୍ୟାମେରା ପରିଚଳନା ଦାୟିତ୍ବରେ ଅଛନ୍ତି ସୁବ୍ରତ କେ ଖଟୋଇ। ଚଳଚ୍ଚିତ୍ରଟି ଦଶହରାରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ଶୁଟିଂ ଆରମ୍ଭ ହେବାକୁ ସମସ୍ତ ପ୍ରସ୍ତୁତି ସରିଛି। ଗୀତଗୁଡ଼ିକର ରେକର୍ଡିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିକଟରେ ରେକର୍ଡିଂ ଷ୍ଟୁଡିଓରୁ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଅରିନ୍ଦମ, ମଣ୍ଟୁ ରାଉତ, ତାରିକ ଅଜିଜ୍, ସ୍ଵୟମ୍ ଓ ଅନ୍ତରା ଚକ୍ରବର୍ତ୍ତୀ ନଜର ଆସିଛନ୍ତି। ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନେ ଅରିନ୍ଦମଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଖୁସି ପ୍ରକାଶ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଚଳଚ୍ଚିତ୍ରଟି ଓଲିଉଡ଼ରେ ଚହଳ ସୃଷ୍ଟି କରୁ ବୋଲି ସମସ୍ତେ କାମନା କରିଛନ୍ତି। ଚଳଚ୍ଚିତ୍ରର ପ୍ରଚାର ପ୍ରସାରରେ ମିଡିଆ ପ୍ଲାନର କ୍ରିଏଟିଭ ହେଡ୍‌ ପ୍ରଣୟ ଜେଠୀ ଅଛନ୍ତି। ତେବେ ଏହ ହେଉଛି ଅରିନ୍ଦମଙ୍କ ୫୪ତମ ଚଳଚ୍ଚିତ୍ର।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories