ସୁନ୍ଦରଗଡ଼ର ସୁନା ଝିଅ ଅର୍ଚନା ସୋରେଙ୍ଗ ଜାତିସଂଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ସାମିଲ
ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସୁନ୍ଦରଗଡ଼ ଝିଅ ଅର୍ଚନା ସୋରେଙ୍ଗ ଆଣିଛନ୍ତି ରାଜ୍ୟ ପାଇଁ ଗୌରବ । ଜାତିସଂଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ଅନ୍ୟ ୭ ଜଣଙ୍କ ସହ ସ୍ଥାନ ପାଇଛନ୍ତି ଅର୍ଚନା । ଏ ସମ୍ପର୍କରେ ଜାତିସଂଘ ମହାସଚିବ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
Young people are on the front lines of #ClimateAction, showing us what bold leadership looks like.
That is why I am launching my Youth Advisory Group on climate change – to provide essential perspectives, ideas & solutions. https://t.co/i16H8sNljI pic.twitter.com/zwUynl9T7i
— António Guterres (@antonioguterres) July 27, 2020
ପାଣିପାଗ ସମ୍ପର୍କରେ କାର୍ଯ୍ୟ କରୁଥିବା ଅର୍ଚନା ରାଉରକେଲାର ଅଧିବାସୀ । ସେ ରାଜନୀତି ବିଜ୍ଞାନରେ ପାଟଣା ମହିଳା କଲେଜରୁ ସ୍ନାତକ ଡ଼ିଗ୍ରୀ ହାସଲ ପରେ ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସ (ଟିସ୍)ରେ ଶିକ୍ଷାଲାଭ କରିଥିଲେ ।
ସେ ଆଦିବାସୀ ଯୁବ ଚେତନା ମଞ୍ଚର ଆବାହିକା ଥିଲେ ଓ ଅଲ ଇଣ୍ଡିଆ କାଥଲିକ୍ ୟୁନିଭରସିଟି ଫେଡ଼େରେସନ (ଏଆଇସିୟୁଏଫ୍)ର ପଦାଧିକାରୀ ଥିଲେ । ମୁମ୍ବାଇସ୍ଥିତ ଟିସ୍ ଛାତ୍ରସଂସଦର ସଭାନେତ୍ରୀ ଭାବରେ ନିର୍ବାଚିତ ଅର୍ଚନା ଟିସ୍ ଅଧୀନରେ ଜଙ୍ଗଲ ଅଧିକାର ସଂକ୍ରାନ୍ତ ରିସର୍ଚ ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି ।
Congratulations!
Meet the @UN Secretary-General’s Youth Advisory Group on Climate Change@NisreenElsaim (Sudan??)@ErnestKGibson (Fiji??)@VladislavKaim (Moldova??)@SophiaKianni (United States??)@Nathan_Metenier (France??)@pcopaloma (Brazil??)@SorengArchana (India??) pic.twitter.com/oQ0gJu6b2s
— UN Youth Envoy (@UNYouthEnvoy) July 27, 2020
ଅର୍ଚନାଙ୍କ ସହ ସୁଦାନର ନିସରିନ୍ ଏଲସାଇମ୍, ଫିଜିର ଏର୍ଣଷ୍ଟ ଗିବ୍ସନ, ମାଲଡ଼ୋଭାର ଭ୍ଲାଡ଼ିସ୍ଲାଭ କାଇମ୍, ଆମେରିକାର ସୋଫିଆ କିଆନି, ଫ୍ରାନ୍ସର ନାଥାନ ମେଟେନିଆର, ବ୍ରାଜିଲର ପାଲୋମା କୋଷ୍ଟା ପ୍ରମୁଖ ଏହି କମିଟିକୁ ମନୋନୀତ ହୋଇଛନ୍ତି। ଜାତିସଂଘ ପାଣିପାଗ ପରିଷଦର ଯୁବ ପରାମର୍ଶଦାତା ଭାବରେ ନିଯୁକ୍ତ ଅର୍ଚନା ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ନିଜ ଟ୍ବିଟରରେ ସେ ଏ ନେଇ ନିଜ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ।
Thank You always Supporting and Encouraging Me. We stand Together and Stand Strong. It’s Time We Youth decide the course of #ClimateAction
It’s time Now, we indigenous youth be the front Liners for Climate Action, As our ancestors have done @FFFIndia @fridays_india https://t.co/dbWNYANUnq
— ARCHANA SORENG (@SorengArchana) July 28, 2020
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅର୍ଚନାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।
Congratulate @SorengArchana on being selected in the @UN Secretary-General’s youth advisory group on climate change.
Happy to see India’s youth take up significant roles in scaling-up action against climate change-related risks. I wish her a bright future ahead. https://t.co/bj719pas4B
— Dharmendra Pradhan (@dpradhanbjp) July 28, 2020
Comments are closed.