www.samajalive.in
Monday, December 8, 2025
14.1 C
Bhubaneswar

ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସି ୨ଛାତ୍ର ଆହତ

ଆରଡି : ଭଦ୍ରକ ଜିଲା ଆରଡିଧାମ ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପୁରାତନ କୋଠାରୁ ପ୍ଲାଷ୍ଟର ଖଣ୍ଡ ଖସି ୨ଛାତ୍ର ଆହତ ହୋଇଥିବା ବେଳେ ନିକଟରେ ଥିବା ୫ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଯାହକୁ ନେଇ ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଉଭୟ ଛାତ୍ରଛାତ୍ରୀଙ୍କୁ ଆରଡି ସ୍ୱାସ୍ଥ୍ୟକେନ୍ଦରେ ଭର୍ତ୍ତି କରାଯାଇଛି। ଏପରିକି ପ୍ରଧାନଶିକ୍ଷକଙ୍କ ନାଁରେ ଅଭିଭାବାକମାନେ ପୁଲିସ ନିକଟରେ ଦ୍ୱାରସ୍ଥ ହୋଇଥିବା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ଆରଡିଧାମରେ ଥିବା ବହୁ ପୁରାତନ ବିଦ୍ୟାଳୟ ଭାବେ ପରିଚିତ ଆଖଣ୍ଡଳମଣି ନୋଡଲ ପ୍ରାଥମିକ ବିଦ୍ୟାଳୟକୁ ଗତ ୨୦୧୭ ନଭେମ୍ବରରେ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ମିଶାଇବା ପରେ ଉଭୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା ବାରମ୍ବାର ଶିକ୍ଷାଅଧିକାରିଙ୍କ ନିକଟରେ ଅଭିଭାବକମାନେ ଅଭିଯୋଗ ଆଣୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତାହାସହ ବିଦ୍ୟାଳୟକୁ କେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଆସୁଛନ୍ତି ନ ଆସୁଛନ୍ତି ତାର ତଦାରଖ ପ୍ରଧାନଶିକ୍ଷକ ନରଖିବା ଫଳରେ ଏପରି ଘଟଣା ବାରମ୍ବାର ଘଟୁଥିବା ଅଭିଭାବାକ ଓ ପୁରାତନ ଛାତ୍ର ଅଭିଯୋଗ ଆଣିଛନ୍ତି। ବିଶେଷକରି ପ୍ରଧାନଶିକ୍ଷକଙ୍କ ଦ୍ୱାରା ବିଦ୍ୟାଳୟ ଠିକ ଭାବେ ପରିଚାଳିତ ହେଉନଥିବାରୁ ଅନେକ ସମୟରେ ନାନା ସମସ୍ୟା ଦେଖା ଦେଉଛି। ଏପରିକି ଶ୍ରେଣୀକୁ ଶିକ୍ଷକ ନଆସିବା ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଦବିବାଦ ଲାଗି କେଉଁ ଛାତ୍ରର ମୁଣ୍ଡ ଫାଟିଲାଣିତ ଆଉ କିଏ ଗାଡିଆରେ ପଡିଲାଣି। ଏପରି ସମସ୍ୟାକୁ ବିଗତ ଦିନରେ ଅଭିଭାବକ ଥାନାରେ ଦ୍ୱାରସ୍ଥ ହୋଇଥିବା ବେଳେ ମଙ୍ଗଳବାର ତାର ପୁନରାବୃର୍ତ୍ତି ଘଟିଛି। ପୂର୍ବାହ୍ନରେ ଶ୍ରେଣୀ ଚାଲୁଥିବା ସମୟରେ ଶ୍ରେଣୀରେ କୈାଣସି ଶିକ୍ଷକଶିକ୍ଷୟିତ୍ରୀ ନଥିବାରୁ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ଛାଡି ବିଦ୍ୟାଳୟ ପରିସର ମଧ୍ୟରେ ଧାଆଁ ଦୈାଡ କରୁଥିବା ସମୟରେ ପୁରାତନ କୋଠାରୁ ପ୍ଲାଷ୍ଟର ଖଣ୍ଡ ଖସିବା ଫଳରେ ୨ଛାତ୍ର ଗୁରୁତର ହୋଇଥିବା ବେଳେ ନିକଟରେ ଥିବା ୫ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ୨ଛାତ୍ରଙ୍କୁ ଏବେ ଆରଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଉଭୟ ଅଭିଭାବକ ପ୍ରକାଶ କରିଛନ୍ତି। ଏପରି ସମସ୍ୟା ବାବଦରେ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ଘଟଣା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହ କରାଯିବ ବୋଲି ପ୍ରକାଶ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories