www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ପାଇଁ ଆଖଣ୍ଡଳମଣି ମନ୍ଦିରରେ କଟକଣା

ଆରଡି : ମହାମାରୀ କୋରାନା ପାଇଁ ଆରଡିପୀଠର ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣା ଜାରି କରିବା ପାଇଁ ସୋମବାର ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏପରିକି ଶ୍ରଦ୍ଧାଳୁମାନେ ଦର୍ଶନ କରିବା ସମୟରେ ଦେଢମିଟର ଦୂର ବ୍ୟବଧାନରେ ଯାତାୟତ କରିବା ସହିତ ଆଗନ୍ତୁକ ଶ୍ରଦ୍ଧାଳୁମାନେ ଆଣିଥିବା ଦେବ ଉପେଯାଗୀ ଭୋଗ ଓ ଫୁଲ ଲାଗି ଉପରେ ରୋକ ଲଗାଯିବ ବୋଲି ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ ପ୍ରକାଶ କରିଛନ୍ତି। ସେହିପରି ଶ୍ରଦ୍ଧାଳୁମାନେ ଯେପରି ଗମ୍ଭୀରା ପରିସର ମଧ୍ୟକୁ ନଯିବେ ସେଥିପାଇଁ ମନ୍ଦିରରେ କଡାକଡି ଆଇନ ଲାଗୁ କରାଯିବ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

ସେଥିପାଇଁ ମନ୍ଦିରରେ ସ୍ୟୁକୁରିଟ ବ୍ୟବସ୍ଥା ବଢାଇବା ପାଇଁ ମନ୍ଦିର ପ୍ରଶାସନକୁ ଜିଲାପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେବାୟତମାନେ ଶ୍ରଦ୍ଧାଳୁମାନଙ୍କୁ ଫୁଲ, ଚନ୍ଦନ, ପାଦୁକ ନଦେବା , ଭକ୍ତମାନଙ୍କୁ ଏକତ୍ର କରି ନରଖିବା ଆଦି ଉପରେ ବିଶେଷ ଧ୍ୟାନ ଦେବା ପାଇଁ ସେବାୟତମାନଙ୍କୁ ଆସନ୍ତା ମଙ୍ଗଳବାର ଦିନ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯିବ ବୋଲି ଉପଜିଲାପାଳ ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ସେଥିପାଇଁ ମଙ୍ଗଳବାର ମନ୍ଦିର ପରିଚାଳକ, ସ୍ଥାନୀୟ ଫାଣ୍ଡି ଅଧିକାରୀ, ଓ ସେବାୟତମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଆରଡିପୀଠରେ କରିବା ପାଇଁ ପରିଚାଳକ ବିଦ୍ୟାଧର ପଲାଇଙ୍କୁ ନିର୍ଦେଶ ଦେଇଛନ୍ତି ଉପଜିଲାପାଳ ଶ୍ରୀ ସାମଲ। କରୋନା ସଂକ୍ରମଣ ଯେପରି ରୋକା ଯାଇପାରିବ ସେଥିପାଇଁ ଆରଡିପୀଠର ସମସ୍ତ ଦୋକାନୀ ଓ ସ୍ଥାନୀୟ ଜନସାଧାରଣ ବିଶେଷ ଭାବେ ଧ୍ୟାନ ଦେବା ସହିତ ଆଗନ୍ତୁକ ପର୍ଯ୍ୟଟକମାନଙ୍କ ସଂଶ୍ପର୍ସ ନଆସିବା ପାଇଁ ଉପଜିଲାପାଳ ଶ୍ରୀ ସାମଲ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories