www.samajalive.in
Thursday, December 11, 2025
18.1 C
Bhubaneswar

ପଦ୍ମ ପୁରସ୍କାର – ୨୦୨୦ ପାଇଁ ନାମାଙ୍କନ ପତ୍ର ଆହ୍ୱାନ

ନୂଆଦିଲ୍ଲୀ: ଆସନ୍ତା ୨୦୨୦ ମସିହା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର-୨୦୨୦ ପାଇଁ ନାମାଙ୍କନ/ସୁପାରିଶ ପତ୍ର ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୧୫, ୨୦୧୯ ରହିଛି।

ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପ୍ରତ୍ୟେକ ନାଗରିକ ନିଜ ପାଇଁ କିମ୍ବା ଅନ୍ୟମାନଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେଥିପାଇଁ ଆବେଦନ କରୁଥିବା ବ୍ୟକ୍ତି ସେମାନଙ୍କର ସଫଳତା ସମ୍ପର୍କରେ ୮୦୦ ଶବ୍ଦରେ ଏକ ଲେଖା ଉପସ୍ଥାପନ କରିବେ। ଅନଲାଇନରେ ସୁପାରିଶ କରାଯାଉଥିବା ବ୍ୟକ୍ତିଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରିବାକୁ ପଡିବ।

- Advertisement -

୧୯୫୪ରୁ ଆରମ୍ଭ ହୋଇଥିବା ଦେଶର ସର୍ବଶ୍ରେଷ୍ଠ ବେସାମରିକ ପଦ୍ମ ପୁରସ୍କାର ଅନ୍ତର୍ଗତ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସମସ୍ତ ଭାରତୀୟ ନାଗରିକ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ତେବେ ଡାକ୍ତର, ବୈଜ୍ଞାନିକ, ସରକାରୀ କର୍ମଚାରୀ ଓ ପିଏସୟୁମାନଙ୍କରେ କାମ କରୁଥିବା କର୍ମଚାରୀମାନେ ପଦ୍ମ ପୁରସ୍କାର ପାଇଁ ଆବେଦନ କରିପାରିବେ ନାହିଁ।

‘www.padmaawards.gov.in’ରେ ପଦ୍ମ ପୁରସ୍କାର ପାଇଁ ଆବେଦନ କରାଯିବ। ଗୃହ ମନ୍ତ୍ରଣାଳୟର ୱେବସାଇଟ ‘www.mha.gov.in’ରେ ଏ ସମ୍ପର୍କରେ ଅଧିକ ସୂଚନା ଦିଆଯାଇଛି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories