www.samajalive.in
Sunday, December 7, 2025
16.1 C
Bhubaneswar

ପିଓକେରେ ତେଜୁଛି ଚୀନ ବିରୋଧୀ ସ୍ବର

ମୁଜଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ମୁଜଫରାବାଦରେ ତେଜୁଛି ଚୀନ ବିରୋଧୀ ସ୍ବର। ଚୀନ ଦ୍ବାରା ନୀଲମ ଏବଂ ଝେଲମ ନଦୀ ଉପରେ ବେଆଇନ ଭାବେ ନିର୍ମାଣ କରାଯାଉଥିବା ବ୍ୟାରେଜ୍‌ ଓ ଜଳବିଦ୍ୟୁତ ପ୍ରକଳ୍ପ ପ୍ରତିବାଦରେ ସ୍ଥାନୀୟ ଲୋକେ ଏହି ବିକ୍ଷୋଭ କରୁଛନ୍ତି। ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଏକଜୁଟ ହୋଇ ନୀଲମ-ଝେଲମ ଏବଂ କୋହାଲା ଜଳବିଦ୍ୟୁତ ପ୍ରକଳ୍ପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିକ୍ଷୋଭକାରୀମାନେ ପାକିସ୍ତାନ ଏବଂ ଚୀନ ଦ୍ବାରା ନିର୍ମାଣ ଚାଲିଥିବା ବ୍ୟାରେଜ୍‌ ଯୋଗୁ ଉପୁଜିବାକୁ ଥିବା ପରିବେଶ ସମ୍ବନ୍ଧୀୟ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ଏହାକୁ ନେଇ ସେଠାକାର ସୋସିଆଲ ମିଡିଆରେ ଏକ ହାସ୍‌ଟ୍ୟାଗ୍‌ #saveRiversSaveJK ଟ୍ରେଣ୍ଡ କରୁଛି। ଏହା ଜରିଆରେ ପିଓକେବାସୀ ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିଛନ୍ତି।

- Advertisement -

ବିକ୍ଷୋଭକାରୀମାନେ ପ୍ରଶ୍ନ କରିଛନ୍ତି ଯେ, ବିବାଦୀୟ ଅଞ୍ଚଳରେ କେଉଁ ଆଇନ ଅଧୀନରେ ପାକିସ୍ତାନ ଏବଂ ଚୀନ ମଧ୍ୟରେ ନଦୀକୁ ନେଇ ବୁଝାମଣା ହୋଇଛି ? ପାକିସ୍ତାନ ଏବଂ ଚୀନ ନଦୀଗୁଡ଼ିକୁ କବ୍‌ଜା କରି ଜାତିସଂଘ ସୁରକ୍ଷା ପରିଷଦର ସଙ୍କଳ୍ପକୁ ଉଲ୍ଲଂଘନ କରୁଛନ୍ତି। ଜଣେ ବିକ୍ଷୋଭକାରୀ କହିଛନ୍ତି, ଆମକୁ କୋହାଲା ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରିବା ଦରକାର ଏବଂ ଯେପର୍ଯ୍ୟନ୍ତ ଏହା ବନ୍ଦ ନ ହୋଇଛି ସେଯାଏ ଆନ୍ଦୋଳନ ଜାରି ରହିବା ଉଚିତ। ସୂଚନାଯୋଗ୍ୟ, ନିକଟରେ ଚୀନ କମ୍ପାନୀ, ଚୀନ ସରକାର ଏବଂ ପାକିସ୍ତାନ ମଧ୍ୟରେ କୋହାଲାରେ ୧୧୨୪ ମେଗାୱାଟ୍‌ ବିଶିଷ୍ଟ ଏକ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ୨୪୦ କୋଟି ଡଲାରର ଏକ ତ୍ରିପାକ୍ଷିକ ଚୁକ୍ତି ହୋଇଛି। ଚୀନ ପାକିସ୍ତାନ ଆର୍ଥିକ କରିଡର(ସିପିଇସି) ଅଧୀନରେ ଝେଲମ ନଦୀରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାକୁ କୋହାଲା ହାଇଡ୍ରୋପାୱାର କମ୍ପାନୀ ଲିମିଟେଡ୍‌ ନିର୍ମାଣ କରୁଛି, ଯାହା ଚୀନର ଥ୍ରୀ ଗର୍ଜେସ କର୍ପୋରେଶନର ସହାୟକ ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories