www.samajalive.in
Saturday, December 6, 2025
26.1 C
Bhubaneswar

ସପ୍ତାହକ ମଧ୍ୟରେ ପାଠ୍ୟକ୍ରମ କମିବା ନେଇ ଘୋଷଣା: ମନ୍ତ୍ରୀ

ଭୁବନେଶ୍ବର : ପ୍ରଥମଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ୍ୟକ୍ରମ(ସିଲାବସ୍‌) ଚଳିତ ଶିକ୍ଷା ବର୍ଷରେ କମିବ। ଏ ନେଇ ସପ୍ତାହକ ମଧ୍ୟରେ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ଘୋଷଣା କରିଛନ୍ତି । ଶ୍ରୀ ଦାଶ କହିଛନ୍ତି ଶିକ୍ଷାନୁଷ୍ଠାନ କେବେ ଖୋଲିବ ତାକୁ ଦୃଷ୍ଟିରେ ରଖି ସିଲାବସ୍‌କୁ ସଂକ୍ଷିପ୍ତ କରାଯିବ। ବିଭାଗର ପକ୍ଷରୁ ଗଠନ କରାଯାଇଥିବା ତିନିଟି କିମଟି ସେମାନଙ୍କ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟକୁ ବିଭାଗର ସଚିବ ତର୍ଜମା କରି ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଏସ୍‌ଇଆରଟି ପକ୍ଷରୁ ଗଠନ ହୋଇଥିବା ସିଲାବସ୍‌ କମିଟି ଓ ନବମ ଓ ଦଶମ ପାଠ୍ୟକ୍ରମ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଗଠନ ପାଠ୍ୟଖସଡ଼ା ସଂକ୍ରାନ୍ତରେ ରିପୋର୍ଟ ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ସିଇ) ସିଲାବସ୍‌ କମିଟି ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ଓ ଦ୍ବିତୀୟ ବର୍ଷ ପାଠ୍ୟକ୍ରମ ପାଇଁ ସିଲାବସ୍‌ ସଂକ୍ଷିପ୍ତ କରିବା ନେଇ ତଥ୍ୟ ବିଭାଗ ନିକଟରେ ଦାଖଲ କରିଛନ୍ତି। ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଛି। ଏନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି କେନ୍ଦ୍ର ସରକାର ଚଳିତ ମାସ ୩୧ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ବିଦ୍ୟାଳୟ ଖୋଲିବା ନେଇ ଘୋଷଣା କରିବା ପରେ ରାଜ୍ୟ ସରକାର ଏହାକୁ ଅନୁଧ୍ୟାନ କରିବେ। ଛାତ୍ରଛାତ୍ରୀଙ୍କ ହିତ ଓ ପ୍ରତିକୂଳ ସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ କେବେ ଖୋଲିବା ନିଷ୍ପତ୍ତି ନିଆଯିବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories