www.samajalive.in
Monday, December 8, 2025
14.1 C
Bhubaneswar

ମୁଁ ଅନିକେତ;ରିପୋର୍ଟିଂ ଲାଇଭ

କଟକ: ତିତଲି ଓଡ଼ିଶାର ଉପକୂଳ ଜିଲାକୁ ବେଶ୍‍ ପ୍ରଭାବିତ କରିଛି। ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକ ମଧ୍ୟ ତିତଲି ପ୍ରକୋପରୁ ବାଦ୍‍ ପଡ଼ିନି। ତିତଲି ଆଣିଥିବା ବର୍ଷାରେ କଟକ ପାଲଟିଛି ଜଳାର୍ଣ୍ଣବ। ସାହି, କଲୋନୀ କାହିଁକି ମୁଖ୍ୟ ରାସ୍ତାରେ ମଧ୍ୟ ଆଣ୍ଠୁଏ ପାଣି।
ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ନିଆଯାଇ ଥିଲା ବ୍ୟାପକ ପଦକ୍ଷେପ। ସରକାରୀ ଛୁଟି ବାତିଲ କରି ଜିଲା ପ୍ରଶାସନକୁ ପରିସ୍ଥିତି ଉପରେ ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦିଆଗଲା। ସହରର ବିଭିନ୍ନ ସ୍ଥାନରେ ଲାଗିଲା ପାଣି ପମ୍ପ। ପାଣି ନିଷ୍କାସନ ନିମନ୍ତେ ଦମକଳ ବାହିନୀ ଓ ଓଡ୍ରାଫ୍ଟ ଟିମ ପକ୍ଷରୁ ଚାଲିଲା ଉଦ୍ୟମ। କିନ୍ତୁ ଗୋଟିଏ ସାହିରେ ପାଣି କମିଲେ ଅନ୍ୟ ସାହିରେ ପାଣି ବଢି ଯାଉଛି। ପ୍ରଶାସନ କହୁଛି ପାଣି କମୁଛି। କିନ୍ତୁ ଗଣମାଧ୍ୟମର ଚିତ୍ର ପ୍ରଶାସନର ସ୍ପଷ୍ଟୀକରଣକୁ ଭୁଲ୍‍ ପ୍ରମାଣିତ କରିଛି। ସହରର ଅନେକ ଅଞ୍ଚଳ ଏବେ ବି ପାଣି ଘେରରେ। କେଉଁଠି ରନ୍ଧା ଖାଦ୍ୟ ପହଞ୍ôଚ ନାହିଁ ତ’ କେଉଁଠି ପହଞ୍ôଚ ନାହିଁ ପ୍ରଶାସନିକ ସହାୟତା।
ତିତଲିକୁ ନେଇ ପ୍ରଶାସନ ଓ ଗଣମାଧ୍ୟମର ଏହି ଲୁଚକାଳି ଖେଳ ପ୍ରଭାବିତ କରିଥିଲା କଟକ ଷ୍ଟୁଆର୍ଟ ପାଟନାର ଅନିକେତକୁ। ବାପୁଜୀ ଶିକ୍ଷା ନିକେତନର ୬ଷ୍ଠ ଶ୍ରେଣୀର ଛାତ୍ର ଅନିକେତ ସାହୁ(୧୧)। ତିତଲି ପାଇଁ ସ୍କୁଲ ଛୁଟି। ଘର ସମ୍ମୁଖରେ ଆଣ୍ଠୁଏ ପାଣି। ତେଣୁ ଅବସର କାଟିବାର ନିଆରା ମାଧ୍ୟମ ଥିଲା ଗଣମାଧ୍ୟମ। ମା’ର ମୋବାଇଲ ଓ ହାତରେ ଟର୍ଚ୍ଚକୁ ମାଇକ କରି ଆରମ୍ଭ କରିଥିଲା “ମୁଁ ଅନିକେତ ରିପୋର୍ଟିଂ ଲାଇଭ’। ଅନିକେତଙ୍କ ଏହି ଭିଡ଼ିଓ ଆଜିର ସାମାଜିକ ବ୍ୟବସ୍ଥାର ଏକାଧିକ ଦିଗ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। ଗଣମାଧ୍ୟମର ପ୍ରଭାବ ଜଣେ ଛାତ୍ର ଉପରେ କିପରି ପଡ଼ୁଛି ଏହା ମଧ୍ୟ ଏହି ଭିଡିଓରୁ ବେଶ ଅନୁମାନ କରାଯାଉଛି।
ଲୋକଙ୍କ ସମସ୍ୟାକୁ ସର୍ବସମ୍ମୁଖକୁ ଆଣିବା ହିଁ ଗଣମାଧ୍ୟମର ଦାୟିତ୍ୱ- ଏହା ଭଲ ରୂପେ ବୁଝିଛି ୬ଷ୍ଠ ଶ୍ରେଣୀର ଏହି ଛାତ୍ର। ଗଣମାଧ୍ୟମର ରିପୋର୍ଟ ପରେ ମଧ୍ୟ ପ୍ରଶାସନର ଉଦାସୀନତାକୁ ବେଶ୍‍ ସୁନ୍ଦର ଭାବେ ତୋଳି ଧରିଛି ଅନିକେତ। ଏହି ଭିଡିଓ ମୁଖ୍ୟତଃ ସାମାଜିକ ବ୍ୟବସ୍ଥାର ୨ଟି ଦିଗକୁ ଦର୍ଶାଉଛି। ଗଣମାଧ୍ୟମ କେବଳ ଟିଭି କିମ୍ବା ଖବରକାଗଜରେ ହିଁ ସୀମିତ ନାହିଁ। ସୋସିଆଲ ମିଡିଆ ମଧ୍ୟ ଗଣମାଧ୍ୟମ ସହ ତାଳ ଦେଇ ସଚେତନାମୂଳକ କାର୍ଯ୍ୟ କରିବାର ଶକ୍ତି ରଖିଛି। ଅପରପକ୍ଷରେ ଆଗାମୀ ପିଢି ଯେ କେବଳ ରୋଜଗାର ସର୍ବସ୍ୱ ଶିକ୍ଷାର୍ଥୀ ବା ସ୍ୱାର୍ଥକୈନ୍ଦ୍ରୀକ ନୁହନ୍ତି, ବରଂ ସେମାନଙ୍କ ମଧ୍ୟରେ ଲୁଚି ରହିଛି ସାମାଜିକ ଦାୟିତ୍ୱବୋଧ ତାହା ଅନିକେତର ଆଭିମୁଖ୍ୟରୁ ସ୍ପଷ୍ଟ। ଏହା କେବଳ ଆରମ୍ଭ ମାତ୍ର। ପ୍ରଶାସନିକ ଅବ୍ୟବସ୍ଥା ଯେ କୋମଳମତି ଛାତ୍ରଙ୍କୁ ଆନ୍ଦୋଳିତ କରିପାରେ ଏହା ପ୍ରମାଣିତ ହେଉଛି।ଏଭଳି ସାମୁହିକ ଓ ସମ୍ମିଳିତ ଉଦ୍ୟମ ମଧ୍ୟରେ ରହିଛି ଭବିଷ୍ୟତର ଏକ ଯୁଗାନ୍ତକାରୀ ପରିବର୍ତ୍ତନର ଶକ୍ତିଶାଳୀ ସମ୍ଭାବନା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories