ଦୈନିକ ‘ସମାଜ’ ପ୍ରଭାବ – ନିଯୁକ୍ତି ପାଇବେ ବହିଷ୍କୃତ ଅଙ୍ଗନବାଡ଼ି କର୍ମୀ ଆମ ଓଡ଼ିଶାନିଉଜ ଆଲର୍ଟଭୁବନେଶ୍ବର By Samajalive Desk On Jan 17, 2020 Share ସୁନ୍ଦରଗଡ: ଶୀତ କାକରରେ ପ୍ରାୟ ୪୮ଘଣ୍ଟା ଅହୋରାତ୍ର ଧାରଣା ଦେବା ପରେ ଅଙ୍ଗନବାଡ଼ି କର୍ମୀଙ୍କ ଦାବିକୁ ପ୍ରଶାସନ ମାନି ନେଇଛି ଏବଂ ଆସନ୍ତା ୨୪ ତାରିଖ ଦିନ ବିଧିବଦ୍ଧ ଲିଖିତ ଘୋଷଣା କରିବ ବୋଲି ସୁନ୍ଦରଗଡ଼ ଉପଜିଲାପାଳ ତଥା ଭାରପ୍ରାପ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀ ଅଭିମନ୍ୟୁ ବେହେରା ଘୋଷଣା କରିଛନ୍ତି। ପରେ ଅଙ୍ଗନବାଡ଼ି, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ଦେଉଥିବା ଅହୋରାତ୍ର ଧାରଣାରୁ ଓହରି ଯାଇଛନ୍ତି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଧାରଣା ସ୍ଥଗିତ ରଖିଛନ୍ତି ବୋଲି ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ ୱାର୍କସ ଆସୋସିଏସନର ଜିଲା ସଭାନେତ୍ରୀ ବାସନ୍ତୀ ବାଗ, ଜିଲା ସଂପାଦିକା ବିମଲା ଲାକ୍ରା ଏକ ପ୍ରେସ ଇସ୍ତାହାରରେ ସୂଚନା ଦେବା ସହ ପ୍ରଶାସନ ଓ ଦୈନିକ ‘ସମାଜ’କୁ କୃତଜ୍ଞତା ଜଣାଇଛନ୍ତି। Related Posts କୁମ୍ଭୀର ପ୍ରଜନନ ସମୟ: ଆଜିଠୁ ୩ ମାସ… May 1, 2024 ଶିମିଳିପାଳରେ ଲିଭୁନି ନିଆଁ: ପୁଣି ୫୪ ସ୍ଥାନରେ… May 1, 2024 ସୂଚନା ଯୋଗ୍ୟ, ସୁନ୍ଦରଗଡ଼ ଜିଲାରେ କାର୍ଯ୍ୟରତ ୪ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ଜିଲା ପ୍ରଶାସନ ଡ଼ିସେମ୍ବର ମାସରେ ସେମାନଙ୍କ କାର୍ଯ୍ୟରୁ ବହିଷ୍କାର ଆଦେଶନାମା ଜାରି କରିଥିଲେ। ଏହି ଆଦେଶନାମା ଜାରି ହେବା ପରଠାରୁ ସମଗ୍ର ଜିଲାରେ କାର୍ଯ୍ୟରତ ଅଙ୍ଗନବାଡ଼ି, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବହିଷ୍କୃତ କର୍ମୀଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ସଂଘ ପକ୍ଷରୁ ବାରମ୍ବାର ଅନୁରୋଧ କରାଯିବା ଓ ଜିଲା ପ୍ରଶାସନ ସେମାନଙ୍କୁ ପୁନଃ ନିଯୁକ୍ତି ଦେବେ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ ହିଁ ଦୀର୍ଘ ୩୮ଦିନ ପରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିନଥିଲେ। ଫଳରେ ସଂଘ ପକ୍ଷରୁ ପ୍ରଥମେ ପ୍ରଶାସନକୁ ସେମାନଙ୍କ ଦେଇଥିବା ପ୍ରତିଶୃତିକୁ ରକ୍ଷା କରିବା ପାଇଁ ଅନୁରୋଧ ଓ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅହୋରାତ୍ର ଧାରଣା ଦେବା ପାଇଁ ଚେତାବନୀ ଦିଆଯାଇଥିଲା ମାତ୍ର ଜିଲା ପ୍ରଶାସନ ଉପରେ ଏହାର କୌଣସି ପ୍ରଭାବ ନ ପଡ଼ିବାରୁ ବାଧ୍ୟ ହୋଇ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ଶହ ଅଙ୍ଗନବାଡ଼ି କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ଆରମ୍ଭ କରିଦେଇଥିଲେ। କ୍ରମଶଃ ଏହି ଧାରଣା ଏକ ବିଶାଳ ଧାରଣାରେ ପରିଣତ ହେବା ସହ ଆଜି ଜିଲାର ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ରରେ କୁଆଡ଼େ ତାଲା ଝୁଲିବା ସହ ସମସ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ମୁହାଁ ହୋଇଯାଇଥିଲେ। ଏ ସଂପର୍କରେ ଦୈନିକ ‘ସମାଜ’ର ୧୬.୧.୨୦୨୦ ସଂସ୍କରଣରେ ସଂଘର ଧାରଣା ଓ ଆଗାମୀ ଦିନରେ ଏହାକୁ ନେଇ ଉପୁଜିବାକୁ ଥିବା ସମସ୍ୟା ସଂପର୍କରେ ଏକ ବିସ୍ତୃତ ଖବର ପ୍ରକାଶ କରିଥିଲା। ଗୁରୁବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ ଅଭିମନ୍ୟୁ ବେହେରା ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଧାରଣାସ୍ଥଳରେ ପହଞ୍ଚି ଜିଲା ପ୍ରଶାସନର ନିଷ୍ପତ୍ତିକୁ ଘୋଷଣା କରିଥିଲେ। Share FacebookTwitterWhatsApp
Comments are closed.